ଷ୍ଟାର ପ୍ରଚାରକଙ୍କ ସହ ସରପଞ୍ଚ ଓ ସଭ୍ୟଙ୍କ ମିଳିତ ପ୍ରଚାର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଚଳିତ ମାସ ୧୬ ତାରିଖରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକ ସମେତ ୫ଟି ବ୍ଲକରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିବ୍ଲକରେ ତ୍ରିସ୍ତରୀୟ ନିର୍ବାଚନ ସମ୍ପନ୍ନ କରିବା ସକାଶେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମତଦାନ ପ୍ରକ୍ରିୟା ସକାଶେ ଭୋଟରଙ୍କ ମଧ୍ୟରେ ବେଶ ଉସ୍ଚୁକତା ପରିଲକ୍ଷିତ ହୋଇଛି । ଗାଁ ଗାଁ ରେ ଦେଖାଦେଇଛି ନିର୍ବାଚନ ପ୍ରଚାରର ମାହୋଲ।ପ୍ରାର୍ଥୀ ପ୍ରାର୍ଥୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି କଡା ଟକ୍କର।କିଏ ନିଜ ସମର୍ଥକ ଓ ଶୁଭେଚ୍ଛୁଙ୍କୁ ନେଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲା ବେଳେ ଆଉ କିଏ ନିଜ ଷ୍ଟାର ପ୍ରଚାରକଙ୍କୁ ଧରି ବିରୋଧିଙ୍କୁ ମାତ ଦେବା ପାଇଁ ପ୍ରୟାସରତ।ଏହି ପରିପ୍ରେକ୍ଷୀରେ ସୋମବାର ନିର୍ବାଚନ ପ୍ରଚାରର ବାସ୍ତବ ଝଲକ ହିଞ୍ଜିଳିବ୍ଲକ ବଡ଼ଖଣ୍ଡି ପଞ୍ଚାୟତରେ ଦେଖିବାକୁ ମିଳିଛି।ଏକ ଅଦ୍ଭୂତପୂର୍ବ ଜନ ସମର୍ଥନ ପରିବେଶରେ ସରପଞ୍ଚ ଓ ସଭ୍ୟ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି।ବଡ଼ଖଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜନପ୍ରିୟ ନେତା କେ.ଦୁର୍ଗା ମାଧବ ରାଓଙ୍କ ନେତୃତ୍ବରେ ସମାଜସେବୀ ସୁକଦେଵ ଗୌଡ଼,ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ଜିଲ୍ଲା ମହିଳା ବିଜେଡି ସମ୍ପାଦିକା ମମତା ରେଡ୍ଡୀ ଏବଂ ଅନ୍ୟାନ୍ୟ ତୁଙ୍ଗ ନେତୃମଣ୍ଡଳୀ ଓ ଅସଂଖ୍ୟ ସମର୍ଥକଙ୍କ ଗହଣରେ ସରପଞ୍ଚ ପ୍ରାର୍ଥୀ ରେଣୁକା ସେଠୀ ଓ ସମିତିସଭ୍ୟ ପ୍ରାର୍ଥୀ  ସିମା ଲାଛେୟା  ପ୍ରମୁଖ ଆରାଧ୍ୟ ଦେବୀ ମା କାଳୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରି ବାଇକ ରାଲିର ଆୟୋଜନ କରି ସମଗ୍ର ପଞ୍ଚାୟତ ପରିକ୍ରମା କରିଥିଲେ । ଭୋଟରଙ୍କ ନିକଟରେ ପହଞ୍ଚି ଖୋଲା ଛତା ଓ ବସ ଚିହ୍ନରେ ଭୋଟ ଦେବା ପାଇଁ ଉଭୟେ ବିନମ୍ର ନିବେଦନ କରିବା ସହ ରାଜ୍ୟ ସରକାରଙ୍କ ବିକାଶ ପ୍ରକ୍ରିୟାକୁ ବଜାୟ ରଖି ପଞ୍ଚାୟତ ବାସୀଙ୍କ ଦୁଃଖ ଓ ସୁଖରେ ଭାଗିଦାର ରହିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ