ପ୍ରାର୍ଥୀଙ୍କ ପାଇଁ  ବିଧ୍ୟାୟକଙ୍କ ମାରାଥନ ପ୍ରଚାର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ  ବିଷ୍ଣୁପୁର ପଞ୍ଚାୟତ ଠାରେ ମଙ୍ଗଳବାର ଭଣ୍ଡାରିପୋଖରୀ ବିଧ୍ୟାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ବିଜେଡି ଦଳୀୟ ସମର୍ଥିତ  ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି । ପଂଚାୟତର ଆଦମପୁର, ବିଷ୍ଣୁପୁର ଓ ହସନପୁର ଠାରେ ବିଧାୟକ ଶ୍ରୀଯୁକ୍ତ ସାମଲ ପଥପ୍ରାନ୍ତ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ବକ୍ତବ୍ୟ ଦେବା ସହ ପ୍ରାର୍ଥୀ ମାନଙ୍କୁ ବହୁଳ ପରିମାଣରେ ଭୋଟ ଦେଇ ବିଜୟୀ କରାଇବାକୁ ନିବେଦନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ୨୩ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ପ୍ରାର୍ଥୀ ଅମୂଲ୍ୟ ନାୟକ, ସମିତିସଭ୍ୟ ପ୍ରାର୍ଥୀ ଶୁଭଲକ୍ଷ୍ମୀ ପାଣିଗ୍ରାହୀ, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ସୌମ୍ୟ ମହାପାତ୍ର , ବରିଷ୍ଠ ବିଜେଡି ନେତା ବିଜୟ ଖିଲାର, ବଦ୍ରୀ ପଣ୍ଡା, ଅଶୋକ ପଣ୍ଡା, କୃଷ୍ଣ ରାଉତ , ଶରତ ମିଶ୍ର, ଭାସ୍କର ଦାସ, ଜଗନ୍ନାଥ ଜେନା, ଖଗେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ନଗୁଆଁ ପଂଚାୟତ ପାହିମହୁରା ଠାରେ ବିଜେଡି ନେତା ଜୟନ୍ତ ମହାନ୍ତିଙ୍କ ସଞ୍ଚାଳନରେ  ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ବିଧାୟକ ଶ୍ରୀ ସାମଲ ଯୋଗଦେଇ ସରପଞ୍ଚ ପ୍ରାର୍ଥୀନୀ ମାନସୀ ନାୟକ, ସମିତିସଭ୍ୟ ପ୍ରାର୍ଥୀ ନିଳାମ୍ବର ସାହୁଙ୍କ ସମେତ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ୱାର୍ଡସଭ୍ୟ ପ୍ରାର୍ଥୀ ମାନଙ୍କୁ ବହୁ ପରିମାଣରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ଏଥିରେ ଜଗନ୍ନାଥ ନାୟକ, ବାବାଜୀ ମହାକୁଡ଼, କରୁଣାକର ବାରିକ ପ୍ରମୁଖ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ସରସଦା ଠାରେ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ବିଧାୟକ ଯୋଗଦେଇ ସରପଞ୍ଚ ପ୍ରାର୍ଥୀ ରମେଶ ଜେନା ଓ ସମିତିସଭ୍ୟା ପ୍ରାର୍ଥୀନୀ କମଳା ଜେନାଙ୍କୁ ଭୋଟ ଦେବା ପାଇଁ ପଞ୍ଚାୟତ ବାସୀଙ୍କୁ ନିବେଦନ କରିଛନ୍ତି । ଏଥିରେ ଭୀଷ୍ମ ପିତାମହ ଭାବେ ପରିଚିତ ବିଶିଷ୍ଟ ବିଜେଡି ନେତା ସୁଧାକର ନନ୍ଦ, ୨୩ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଲକ୍ଷ୍ମୀଧର ସାହୁ, ବିଜେଡି ନେତା  ଦିବାକର ନାୟକ, ଗୁଣାକାର ବେହେରା, ପ୍ରୀତଶ ରଞ୍ଜନ ନାୟକ, ଦିଲ୍ଲୀପ ସାମଲ, ରତ୍ନାକର ଦାସ ପ୍ରମୁଖ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ପଞ୍ଚାୟତ ବିଜେଡି ନେତୃତ୍ୱ ପିତାମ୍ବର ଦିଅ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସେହିଭଳି ନାଆମୀ ପଞ୍ଚାୟତ ଛଞ୍ଚିଣା ଠାରେ ଜିଲ୍ଲା ପରିଷଦ ପ୍ରାର୍ଥୀ ବଦ୍ରିନାରାୟଣ ରାଉତ, ସରପଞ୍ଚ ପ୍ରାର୍ଥୀ କୁମୁଦୁନି ଜେନା ଓ ସମିତିସଭ୍ୟ ପ୍ରାର୍ଥୀ ଦୀପ୍ତିସୂର୍ଯ୍ୟ ବିଶ୍ୱାଳଙ୍କୁ ବହୁ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ବିଧାୟକ ଶ୍ରୀ ସାମଲ ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକମାନଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ