ଶିକ୍ଷାବିତ ସ୍ବର୍ଗତ ଅକ୍ଷୟ କୁମାର ସାହୁଙ୍କ ଶ୍ରାଦ୍ଧ ବାର୍ଷିକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସାନ ବରଚିକୟାଁ ଗ୍ରାମର ବିଶିଷ୍ଟ ଶିକ୍ଷାବିତ ସ୍ବର୍ଗତ ଅକ୍ଷୟ କୁମାର ସାହୁଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଅକ୍ଷୟ ସାହୁ ସ୍ମୁତି ପରିଷଦ ପକ୍ଷରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ମୁତି ପରିଷଦର ସ୍ଥାୟୀ ସଭାପତି ତଥା ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରାମ ଚନ୍ଦ୍ର ପଣ୍ଡା, ସମ୍ମାନୀତ ଅତିଥି ଭାବେ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଅବସରପ୍ରାପ୍ତ ଶିକ୍ଷକ ରାଧାଶ୍ୟାମ ରାଉତ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସାହୁଙ୍କ ଶିକ୍ଷା କ୍ଷେତ୍ରରେ ଅବଦାନ, ସାମାଜିକ ସେବା, ଆଦର୍ଶ ଜୀବନଶୈଳୀ ଏବଂ ନୂତନ ପିଢ଼ି ପାଇଁ ତାଙ୍କର ଦିଗଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ବର୍ଗତ ସାହୁଙ୍କ ନାତି ମନୋତେଜ ମାନବ ସାହୁଙ୍କ ସମେତ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ମାନେ ସ୍ମୁତିଚାରଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରାମଚନ୍ଦ୍ର ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ଦାସ, ଶିକ୍ଷକ ରମେଶ ବିଶ୍ୱାଳ, ସୁରେଶ ସେଠୀ ଯୋଗ ଦେଇଥିଲେ l ଜାଗୁଳାଇ ହାଇସ୍କୁଲର ଶିକ୍ଷକ ବସନ୍ତ କୁମାର ପ୍ରଧାନ ଅତିଥି ପରିଚୟ, ଅଧ୍ୟାପକ ଲୋକନାଥ ସାହୁ ବିବରଣୀ ପାଠ ଓ କ୍ଷ୍ୟାତିପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଗଣିତରେ ସର୍ବୋଚ୍ଚ ନମ୍ବର ରଖିଥିବା ଢେଙ୍କା ହାଇସ୍କୁଲର ଛାତ୍ର ଶୁଭମ ମଲ୍ଲିକ, ଜାଗୁଳାଇ ହାଇସ୍କୁଲର ଛାତ୍ରୀ ଅମିତା ମଣ୍ଡଳଙ୍କ ସମେତ ରାମଚନ୍ଦ୍ର ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଥମରୁ ସପ୍ତମ ଏବଂ ଜାଗୁଳାଇ ହାଇସ୍କୁଲର ୮ରୁ ୯ମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଏଥିସହ ବହୁ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପ୍ରାରମ୍ଭରେ ଗୋସେବା ଏବଂ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଶାନ୍ତ କୁମାର ସାହୁ, ଗଣେଶ ପ୍ରସାଦ ସାହୁ, ସୁରେଶ କୁମାର ସାହୁ, ଦିଲୀପ କୁମାର ସାହୁ, ସୁଦର୍ଶନ ସାହୁଙ୍କ ସମେତ ପରିବାର ବର୍ଗ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ l


