ପ୍ରବାସରେ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ଉଦ୍ୟମ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସାହିତ୍ୟ ସାରସ୍ୱତ ସମ୍ପର୍କର ସେତୁ ତିଆରି କରେ । ଆଉ ସାହିତ୍ୟ ହୃଦୟକୁ ହୃଦୟ ସହଯୋଡା ଆମଭାଷା, ଆମ ସଂସ୍କୃତି ଆମ ସୃଜନଶୀଳ ତାର ଅଭିବୃଦ୍ଧିରେ ସାହିତ୍ୟର ସ୍ୱୋତସ୍ୱନୀଧାରା ଆମ ସାରସ୍ୱତ ନାଆକୁ ବାହିନଏ ଦୂରଦିଗ୍ବଳୟର ଦୂରଦୂରାନ୍ତ କୁ । ପ୍ରବାସରେ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ସ୍ୱପ୍ନର ସାକାର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଉଦ୍ୟମ କରୁଛି । ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ଏକାଡେମୀ ତାର କାର୍ଯ୍ୟକ୍ରମକୁ ପୃଥିବୀର ବହୁଦେଶର ପ୍ରବାସୀ ଓଡ଼ିଆମାନଙ୍କ ସହ ସମ୍ପର୍କର ସାରସ୍ୱତ ସେତୁ ତିଆରି କରିପାରିଛି । ଓଡ଼ିଶା ସାହିତ୍ୟ ଏକାଡେମୀର ଇତିହାସରେ ଏପରି ଅଭିନବ ଉଦ୍ୟମ ସମସ୍ତକୁ ଉଦ୍ବୁଦ୍ଧ କରିଛି । ଏକାଡେମୀ ପକ୍ଷରୁ ପାଳନ କରାଯାଇଥିବା ଆଜାଦୀକି ଅମୃତମହୋତ୍ସବ ରେ ପୃଥିବୀର ଶାଠିଏଟି ଦେଶକୁ ଜଡ଼ିତ କରାଯାଇ ପାରିଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀ, ବାଙ୍ଗାଲୋର ସାହିତ୍ୟ ସମାଜ ଓ ଚଳାପଥ ସହଯୋଗରେ ଏକ ସାରସ୍ୱତ ଉତ୍ସବ ଆୟୋଜନ ପାଇଁ ଉଦ୍ୟମ କରାଯିବ ବୋଲି ଚଳାପଥ ରାଜ୍ୟସ୍ତରୀୟ ଲେଖକ ସମ୍ମିଳନୀ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସାହିତ୍ୟ ଆସର ଓ ସମ୍ବର୍ଦ୍ଧନା ଉତ୍ସବକୁ ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରଥିତଯଶା କବିତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ହୃଷିକେଶ ମଲ୍ଲିକ ଉଦ୍ଘାଟନ କରି ମତବ୍ୟକ୍ତ କରିଥିଲେ । ଚଲାପଥର ଉପସଭାପତି ଡକ୍ଟର ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତଥା ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଅଧ୍ୟକ୍ଷ ଡକ୍ଟର କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ଯୋଗଦେଇଥିବା ବେଳେ, ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ପ୍ରତିଷ୍ଠାତା ସଭାପତି ଶ୍ରୀ ତାପସ ରାଜ ମହାରଣା ଯୋଗଦେଇ ପ୍ରବାସରେ ଓଡ଼ିଆ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଓଡ଼ିଆ ମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିବା ବେଳେ କରୋନାକାଳରେ ଲକ୍ଡାଉନ୍ ସମୟ ଓ ପରବର୍ତ୍ତୀ ସମୟରେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଓଡ଼ିଆ ଓ ଅଣଓଡ଼ିଆ ଲୋକମାନଙ୍କୁ କିପରି ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯାଇଥିଲା ସେ ସମ୍ପର୍କରେ କହିଥିଲେ । ଏଥି ସହ ବାଙ୍ଗାଲୋର ସାହିତ୍ୟ ସମାଜ ସହଯୋଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଚଲାପଥ ର ମିଳିତ ଉଦ୍ୟମରେ ଆଗାମୀ ଦିନରେ ଭାବବିନିମୟ କାର୍ଯ୍ୟକ୍ରମରେ ଲେଖକ, ସାହିତ୍ୟିକ ମାନଙ୍କର ଏକ ସମାବେଶ ବାଙ୍ଗାଲୋର ଠାରେ କରାଯିବ ବୋଲି ଆଶାପୋଷଣ କରିଥିଲେ । ଏହି ଉତ୍ସବ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡଃ. ହୃଷିକେଶ ମଲ୍ଲିକ । ବୈଜ୍ଞାନିକ ଡକ୍ଟର କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ଓ ଶ୍ରୀ ତାପସରାଜ ମହାରଣାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଚଲାପଥର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ହଳଧର ଧୀର ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ସମୃଦ୍ଧି କ୍ଷେତ୍ରରେ ‘ଚଲାପଥ‘ ର ଭୂମିକା ସମ୍ପର୍କରେ ଆଲୋକ ପାତ କରିଥିଲେ । ଏହି ଅବସରରେ ଡକ୍ଟର ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ ପୁସ୍ତକ “ପଞ୍ଚସତୀ ଓ ଅନ୍ୟମାନେ” ଖଣ୍ଡ କାବ୍ୟକୁ ଅନଔପଚାରିକ ଭାବେ ମୁଖ୍ୟ ଅତିଥି ଡକ୍ଟର କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ଉନ୍ମୋଚିତ ହେଇଥିଲା । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଦାସ, ବରିଷ୍ଠ ଲେଖକ ଚୌଧୁରୀ ବିରୋଦା ପ୍ରସନ୍ନ ଦାସ, କବି ପ୍ରଫେସର ଆହ୍ଲାଦିନ ଧୀର, ଓଡ଼ିଶା ସାହିତ୍ୟ ସମାଜର ସଂପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଜୟଦେବ ବିହାର ବରିଷ୍ଠ ନାଗରିକ ସଂଘର ଉପଦେଷ୍ଟା ଶ୍ରୀ ଉଦୟ ନାଥ ନାୟକ, ସମୀକ୍ଷକ ତଥା ବରିଷ୍ଠ ସାମ୍ବାଦିକ ଗିରୀଜାଶଙ୍କର ଦାସ, କବି ଗୀତାଞ୍ଜଳୀ ମହାନ୍ତି । ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର କୁମାର ବେହେରା, କବି ସସ୍ମିତା ଜେନା, ଅକ୍ଷୟ କୁମାର ଭୂୟାଁ, ମହିମା ପ୍ରସାଦ ସାମନ୍ତରାୟ ଓ ଜିତେନ୍ଦ୍ର କୁମାର ବାରିକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


