ସରପଞ୍ଚ ପ୍ରାର୍ଥୀନୀ ଓ  ସମିତିସଭ୍ୟ ପ୍ରାର୍ଥୀନୀଙ୍କ ଜୋରଦାର ପ୍ରଚାର

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକରେ ନିର୍ବାଚନକୁ ଆଉ ଦୁଇ ଦିନ ରହିଲା l ଏଥି ନିମନ୍ତେ ବିଭିନ୍ନ ପ୍ରାର୍ଥୀ ମାନେ ସେମାନଙ୍କ ନିର୍ବାଚନୀ ପ୍ରଚାର ଜୋରଦାର ଆରମ୍ଭ କରିଛନ୍ତି l ନିଜ ସପକ୍ଷରେ ଭୋଟ ହାତେଇବା ନିମନ୍ତେ ସମସ୍ତ ବର୍ଗର ଭୋଟର ମାନଙ୍କୁ ସାଥିରେ ଧରି ଶୋଭାଯାତ୍ରା ମାଧ୍ୟମରେ ଘରକୁ ଘର ବୁଲୁଛନ୍ତି l ଏହା ବଡ଼ ମାଧପୁର ପଞ୍ଚାୟତରେ ଭିନ୍ନ ଧରଣ ର ପ୍ରଚାର  ଦେଖିବାକୁ ମିଳୁଛି l ପଞ୍ଚାୟତ ଅଧୀନରେ ଥିବା ଗୋବା ଗ୍ରାମରେ ଗ୍ରାମ୍ୟ କମିଟି ସମେତ ଗ୍ରାମର ଶତାଧିକ  ମହିଳା ମାନେ ସରପଞ୍ଚ ପ୍ରାର୍ଥୀନି ପ୍ରମୋଦିନୀ ବେହେରା ଓ ସମିତି ସଭ୍ୟ ପ୍ରାର୍ଥୀନୀ ସୁନୀତି ସାହୁ ଙ୍କ ନିମନ୍ତେ ଭୋଟ ଭିକ୍ଷା କରିଛନ୍ତି l ଉଭୟ ପ୍ରାର୍ଥୀନୀଙ୍କ ସହ  ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ବଡ଼ ମାଧପୁର ସରପଞ୍ଚ ସରତ ଖୁଣ୍ଟିଆ, ସମିତିସଭ୍ୟ ଏନ କ୍ରିଷ୍ଣା ରେଡ୍ଡୀ, ଗୋବା ଗ୍ରାମ୍ୟ କମିଟି ସଭାପତି ଜଗନ୍ନାଥ ସୁର, ପୂର୍ବତନ ଗ୍ରାମ୍ୟ କମିଟି ସଭାପତି ମୋଚିରାମ ସାହୁ, ଯୁବନେତା ରିଲୁ ସୁର, ପବିତ୍ର ସାହୁ, ସପନ ନାହାକ, ଅବନି ମହାପାତ୍ର, ବୃନ୍ଦା ଗୌଡ଼ ଙ୍କ ସମେତ ବହୂ ମହିଳା ଓ ଛାମୁଆ ମାନେ ଏହି ପ୍ରଚାରର ସାମିଲ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ