ବିଜେଡି କର୍ମୀ ବୁଥ୍ରେ ଭୋଟ ରେଗିଙ୍ଗ୍ କରିଥିବା ବିଜେପି ପକ୍ଷରୁ ଅଭିଯୋଗ
ଛତ୍ରପୁର, (ଦେବଦତ୍ତ ମହାରଣା) :-ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ବିଜୁ ଜନତା ଦଳର କର୍ମୀମାନେ ବିଶୃଙ୍ଖଳା ସୃଷ୍ଟି କରିବା ସହ ବହୁ ସଂଖ୍ୟକ ବୁଥ୍ରେ ଭୋଟ ରେଗିଙ୍ଗ କରିଥିବା ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଘୋର ଅଭିଯୋଗ ହୋଇଛି । ବିଜୁ ଜନତା ଦଳ କର୍ମୀଙ୍କ ଏଭଳି ହୀନ କାର୍ଯ୍ୟକୁ ବିଜେପି ଦୃଢ ନିନ୍ଦା କରିବା ସହ ଗଞ୍ଜାମ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଠାରେ ବାକି ପର୍ଯ୍ୟାୟ ନିର୍ବାଚନ ଗୁଡିକ ଅବାଧ ଓ ନିରପକ୍ଷ ନିର୍ବାଚନ କରିବା ପାଇଁ ଦାବି କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଗତ ୧୬ ତାରିଖରେ ପାୟତ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ କୁକୁଡାଖଣ୍ଡି ଓ ଦିଗପହଣ୍ଡି ବ୍ଲକରେ ବିଜୁ ଜନତା ଦଳର କର୍ମୀ ଗଣ୍ଡଗୋଳ କରିଥିବା ସହ ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପାୟତ ତାଳପଡା ବୁଥ୍ରେ ଭୋଟ ରେଗିଙ୍ଗ୍ କରିଛନ୍ତି । ସେହିପରି କୁକୁଡାଖଣ୍ଡି ବ୍ଲକ ଲୋଚାପଡା ଗ୍ରାମର ରଘୁନାଥ ମନ୍ଦିର ସାହି ବୁଥ୍ ଓ ବାଘଲଟି ପାୟତ ମଦନମୋହନପୁର ବୁଥ୍ରେ ବିଜେଡି କର୍ମୀ ବୁଥ୍ ଦଖଲ କରିଛନ୍ତି । ଏହିଭଳି ବହୁ ବୁଥ୍ରେ ବିଜୁ ଜନତା ଦଳର ଗୁଣ୍ଡାମାନେ ସମସ୍ତ ନିର୍ବାଚନ ନୀତି ନିୟମକୁ ଉଲ୍ଲଂଘନ କରି ଭୟର ବାତାବରଣ ସୃଷ୍ଟି କରିଛନ୍ତି । ବହୁ ସ୍ଥାନରେ ନିଯୁକ୍ତିରତ ପୁଲିଂ ଅଧିକାରୀମାନଙ୍କୁ ପ୍ରଭାବିତ କରିଛନ୍ତି ବିଜେଡି ସପକ୍ଷରେ ଭୋଟ କରାଇଛନ୍ତି । ଏଣୁ ଏହାକୁ ଅନୁଧ୍ୟାନ କରି ଉପରୋକ୍ତ ବୁଥ୍ ଗୁଡିକରେ ସାନି ମତଦାନ କରି ସାଧାରଣ ଲୋକଙ୍କୁ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାର ସୁଯୋଗ ନେବେ ଏବଂ ଆସନ୍ତା ପର୍ଯ୍ୟାୟ ନିର୍ବାଚନରେ ଅବାଧ ଓ ମୁକ୍ତ ନିର୍ବାଚନକୁ ଗୁରୁତ୍ୱ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ବିଜେପି ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଅମରେଶ କୁମାର ମହାରଣା, ଚୈତନ୍ୟ ପ୍ରଧାନ, ସିଏଚ୍. ଶ୍ରୀଧର ରାଓ, କେ.ମାଗତା ପାତ୍ର, ରିତେଶ କୁମାର ସେନାପତି, ବସନ୍ତ କୁମାର ବେହେରା, ପ୍ରଦୀପ କୁମାର ପାଢୀ, ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ୍ କୁମାର ରାଉଳ ଓ ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


