ବିଜେପି ଗଡ଼ ରେ ବିଜେଡ଼ି ର ଶକ୍ତି ପ୍ରଦର୍ଶନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ତାରିଖରେ ହେବାକୁ ଯାଉଛି । ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ । ପ୍ରଚାରର ଶେଷ ଦିନରେ ଗଞ୍ଜାମ ବ୍ଲକର କରପଡା ପଞ୍ଚାୟତରେ ବିଜେଡ଼ିର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସସ୍ମିତା ସ୍ୱାଇଁ ଓ ବିଜେଡ଼ି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀନୀ ଉମା ଚର୍ତ୍ତୀ ଙ୍କ ପାଇଁ ପ୍ରଚାର କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ବେହେରା । କରପଡା ପଞ୍ଚାୟତର ବିଭିନ୍ନ ଗାଁକୁ ଗାଁ ବୁଲି ପ୍ରଚାର କରିଛନ୍ତି ବିଧାୟକ ସୁବାସ ଚନ୍ଦ୍ର ବେହେରା । ସୁବାସ ବେହେରାଙ୍କ ସହ ସିନେ ଅଭିନେତ୍ରୀ ସୂର୍ଯ୍ୟମଣି ମହାପାତ୍ର ମଧ୍ୟ ପ୍ରଚାର କରିଛନ୍ତି । ତେବେ କରପଡା ପଞ୍ଚାୟତ ବିଜେପିର ଗଡ ରହିଥିବା ବେଳେ କିଭଳି ବିଜେଡ଼ି ହାତେଇବ ସେ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଚଳାଇଛି । ପ୍ରଚାର ଜୋରଦାର ସହ ଲୋକ ସମର୍ଥନ ଭଲ ରହିଥିବା ଯୋଗୁଁ ଆଗାମୀ ଦିନରେ କରପଡାକୁ ବିଜେଡ଼ି ହାତକୁ ନେବ ବୋଲି କହିଛନ୍ତି ବିଜେଡ଼ି କର୍ମୀ ମାନେ । ଏହି ପ୍ରଚାର ରେ ଛତ୍ରପୁର ବିଧାୟକ ଙ୍କ ସହ ଛତ୍ରପୁର ଏନଏସି ର ଯୁବ ବିଜେଡ଼ି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଛତ୍ରପୁର ବିଜୁ ଆଇନ ସମ୍ମୁଖ୍ୟ ର ଉପସଭାପତି ଅହିଭୂଷଣ ସାହୁ, କିଶୋର ଚନ୍ଦ୍ର ସେନାପତି, ଭୈରବୀ ପଟ୍ଟନାୟକ, ଡମିନାଥ ସାହୁ ସାଧାରଣ ସମ୍ପାଦକ ଏଲ. ଗୋପାଳ ରାଓଙ୍କ ସମେତ ପଂଚାୟତ ର ଶହ ଶହ ମହିଳା ଏବଂ ଛାମୁଆ ନେତା ମାନେ ଘର କୁ ଘର ବୁଲି ସମିତି ସଭ୍ୟ ପ୍ରାର୍ଥୀନୀ ଉମା ଚର୍ତ୍ତୀ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସସ୍ମିତା ସ୍ୱାଇଁ ଙ୍କ ନିମନ୍ତେ ଭୋଟ ଭିକ୍ଷା କରିଛନ୍ତି l


