ଜଳ ଜାଗରଣ ଅଭିଯାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାଣୀପେଣ୍ଠ ଗ୍ରାମସ୍ଥିତ ଗଜପତି କଲେଜ୍ ଅଫ ନର୍ସିଂ କଲେଜ ପରିସରରେ ଜଳ ଜାଗରଣ ଅଭିଯାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭାର ସରକାରଙ୍କ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରଣାଳୟ ଅଧିନସ୍ଥ ଗଜପତି ନେହେରୁ ଯୁବ କେନ୍ଦ୍ରର ଆନୁକୁଲ୍ୟରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ ନିର୍ବାହୀଯନ୍ତ୍ରୀ ଦିପ୍ତିଶ୍ରୀ ନାୟକ ଓ ସମ୍ମାନୀତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟତଃ ଯୁବପୀଢିଙ୍କୁ ଅତ୍ମନିର୍ଭର ଭାରତ ଓ ଜଳକୁ କିପରି ସଂରକ୍ଷଣ କରିବେ ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ମଞ୍ଚାସୀନ ଅତିଥିବୃନ୍ଦ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହା ସହ କୋଭିଡ ସମ୍ପର୍କିତ ସଚେତନତା ମଧ୍ୟ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଯୁବଗୋଷ୍ଠୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଥିବା ବେଳେ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଚାସେବୀ ବିଜୟ କୁମାର ଗୌଡ, ଭାସ୍କର ଘାଣ୍ଟା ପ୍ରମୁଖ ସହଯୋଗରେ ଆୟୋଜିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ