ତଳ ମୁହାଁ ହେଉଛି କରୋନା : ଆଜି ୨୭ ଆକ୍ରାନ୍ତ ଚିହ୍ନଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ କରୋନା ଥମି ନଥିଲେ ମଧ୍ୟ ଗତ କିଛି ଦିନ ତୁଳନାରେ ତଳ ମୁହାଁ ହେବାରେ ଲାଗିଥିବାର ଲକ୍ଷ୍ୟ କରାଯାଇଛି । ତୃତୀୟ ଲହର ଆରମ୍ଭରୁ ଦୈନନ୍ଦିନ ହାରାହାରି ୫୦ରୁ ଉର୍ଦ୍ଧ ଏହି ସଂଖ୍ୟା ଥିବା ବେଳେ ଗତ କିଛି ଦିନ ହେଲା ଏହା ହାରାହାରି ୩୦ରହିଛି । ଜିଲ୍ଲା ପ୍ରଶାସନର ସଚେତନତା ମୂଳକ ପଦକ୍ଷେପ ଯୋଗୁଁ ଦୈନନ୍ଦିନ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଆଜି ଶୁକ୍ରବାର ଦିନ ଜିଲ୍ଲାରେ ମୋଟ ୧୩୬୮ ଜଣଙ୍କ କୋରନା ଟେଷ୍ଟ କରାଯାଇଥିବା ବେଳେ ଏଥି ମଧ୍ୟରୁ ୨୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୭ଜଣ ପୋଜିଟିଭ୍ ଚିହ୍ନଟ ମଧ୍ୟରେ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୩ଜଣ, ଗୋଷାଣୀ ବ୍ଲକରୁ ୯ଜଣ, କାଶୀନଗର ବ୍ଲକରୁ ୨ଜଣ, ମୋହନା ବ୍ଲକରୁ ୫ଜ ଏବଂ ରାୟଗଡ ବ୍ଲକରୁ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ