ବିଜେଡିର ତୁଫାନୀ ପ୍ରଚାର

ବାଲେଶ୍ୱର, (ସରୋଜ ପଣ୍ଡା) :-ଚଳିତ ପଞ୍ଚାୟତ ନିର୍ବାଚନରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ସଦର ବ୍ଲକ ଅଞ୍ଚଳରେ ଏବେ ଜୋରଦାର ପ୍ରଚାର ଚାଲିଛି । ତେବେ ବିଜେଡି ପ୍ରାର୍ଥୀ ଓ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାରର ମଙ୍ଗ ସଦର ବିଧାୟକ ସ୍ୱରୂପ ଦାସ ଧରିଛନ୍ତି । ତାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଏବେ ନିର୍ବାଚନୀ ସଭା ଓ ଡୋର କ୍ୟାମ୍ପେନିଂ, ର‌୍ୟାଲି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରସଲପୁର ଗ୍ରାମ ପଞ୍ଚାୟତର ବଡ଼ଧନାଡ଼ି ଅଞ୍ଚଳରେ ଆୟୋଜିତ ବିଶାଳ ବାଇକ ଶୋଭାଯାତ୍ରାରେ ସଦର ବିଧାୟକ ଶ୍ରୀ ଦାସଙ୍କ ସମେତ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଯୋଗ ଦେଇଥିଲେ । ଶୋଭାଯାତ୍ରା ଶେଷରେ ଆୟୋଜିତ ସାଧାରଣ ସଭାରେ ସେମାନେ ଦଳୀୟ ଜିଲାପରିଷଦ ପ୍ରାର୍ଥୀ ଓ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟଭିକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ