୭ନମ୍ବର ଜୋନରେ ବିଧାୟକଙ୍କ ରୋଡ୍ ଶୋ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ନମ୍ବର ଜିଲ୍ଲା ପରିଷଦ ଜୋନରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ରୋଡଶୋ କରି ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମଧୁଛନ୍ଦା ମହାନ୍ତିଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମଧୁଛନ୍ଦାଙ୍କ ସହିତ ଏକ ଜିପରେ ବିଧାୟକ ଶ୍ରୀ ବେହେରା ସେହି ଜୋନ ଅନ୍ତର୍ଗତ କେଶପୁର, ଚନ୍ଦନପୁର, ସାନମାଣିତିଆ, ଗାଙ୍ଗପଡା ଓ ପଳସିଂହା ପ୍ରଭୃତି ପଞ୍ଚାୟତରେ ବୁଲି ନିର୍ବାଚନ ପ୍ରଚାର କରିବା ସହ ପ୍ରାର୍ଥୀନୀ ମଧୁଛନ୍ଦାଙ୍କୁ ଶଙ୍ଖ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବା ପାଇଁ ଜନତାଙ୍କୁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଶାସନ, ମହିଳା ଶସକ୍ତିକରଣ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇ ଆଗାମୀ ୨୨ତାରିଖରେ ବିଜେଡିକୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ । ଏହି ରୋଡଶୋରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ଯୁବନେତା ପ୍ରଶାନ୍ତ କୁମାର ସିଂ, ଦେବଦାସ ମହାନ୍ତି, ବିଜୟ ପତି, ରେବତୀରମଣ ଦାସ, ପ୍ରକାଶ ପରିଡା, ଅକମଲ ଅଲ୍ଲୀ, ଅଶୋକ ଲେଙ୍କା ପ୍ରମୁଖ ଯୋଗଦେଇ ଦଳୀୟ ପ୍ରାର୍ଥୀନୀଙ୍କ ପାଇଁ ପ୍ରଚାର କରିଥିଲେ ।


