ସୁଷମ ଖାଦ୍ୟ ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା) :-କଳ୍ପସା ଅଙ୍କିତା ସ ଫାଉଣ୍ଡେସନର ନିର୍ଦ୍ଦେଶିକା ଅଙ୍କତା ସଙ୍କ ଶୁଭବିବାହ ଅବସରରେ ରାଣୀପାଟଣା ଦୃଷ୍ଟିହୀନଙ୍କ ନିମେନ୍ତ ବିଦ୍ୟାଳୟରଙ୍କ ଛାତ୍ରଛାତ୍ରୀଙ୍କୁ ଉଷମ ଖାଦ୍ୟ ପ୍ରଦାନ କରାଯାଇଛି । ଶ୍ରୀମତୀ ସ ଓ ତାଙ୍କ ପତି ଜପକ୍ରିତ୍ ସିଂହ ଆଜି ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସହ ସମୟ ବାର୍ତ୍ତାଳପ କରିଥିଲେ । ସେମାନଙ୍କ ସହ ଖୁସୀ ବଣ୍ଟିଥିଲେ । ସମସ୍ତଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ । ଫାଉଣ୍ଡେସନର ସମ୍ପାଦକ ଅନୀଲ କୁମାର ପ୍ରଧାନ, ସଦସ୍ୟ ଡ. ରଶ୍ମି ଦାସ, ଇତ୍ୟାସା ସ ପ୍ରମୁଖ ଏଥିରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ । ପୂର୍ବରୁ ଶ୍ରୀମତୀ ସ ବିଭିନ୍ନ ସମୟରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମିଶନ୍ତି ଓ ସେମାନଙ୍କ ଉପହାର ଏବଂ ଖାଦ୍ୟ ଦେଇଥାନ୍ତି । ତାଙ୍କର ଏତାଦୃଶ କାର୍ଯ୍ୟକୁ ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶକ ଦିବାକର ସ ବେଶ ପ୍ରଶଂସା କରିବା ସହ ତାଙ୍କୁ ସାଧୁବାଦ ଜଣାଛନ୍ତି ।


