ସରକାରଙ୍କ ଉଦାସୀନତା ନେଇ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକର ଭାଲୁବସା ପଞ୍ଚାୟତର ସିନ୍ଦୂରଗୌରୀ ଗ୍ରାମ ଲୋକେ ୨୦୧୦ ମସିହାରୁ ସରକାରଙ୍କ ଉଦାସୀନତା ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ ହୋଇଛନ୍ତି । ଏହାକୁ ନେଇ ତିବ୍ର ଅସନ୍ତୋଷ ହୋଇ ଓ ପ୍ରଶାସନ କୁ ବାରମ୍ବାର ଜଣାଇ ସୁଫଳ ନ ପାଇ ଶେଷରେ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ୨୦୧୦ରେ ରାଇରଙ୍ଗପୁର ଏନଏସିକୁ ମ୍ୟୁନିସିପାଲିଟି ଗଠନ ପାଇଁ ଅଧିକ ପରିସୀମା ଓ ଲୋକସଂଖ୍ୟା ବିଶିଷ୍ଟ ଅଂଚଳକୁ ବଢ଼ାଇବା ପାଇଁ ସରକାର ପଦକ୍ଷେପ ନେଇଥିଲେ । ଏଥିରେ ଭାଲୁବସା ପଞ୍ଚାୟତର ସିନ୍ଦୂର ଗୌରୀ ଗ୍ରାମକୁ ହାତକୁ ନେବାସହ ଅନ୍ୟ ପଞ୍ଚାୟତର ଗ୍ରାମକୁ ମଧ୍ୟ ନେଇଥିଲେ ।ହେଲେ ପରେ ଏହା କାର୍ଯ୍ୟକାରୀ ହେଲାନାହିଁ । ଭାଲୁବସା ପଞ୍ଚାୟତ ଖାତାରୁ ସିନ୍ଦୂର ଗୌରୀ ଗ୍ରାମ ବାଦ ଦିଆଗଲା ହେଲେ ରାଇରଙ୍ଗପୁର ମ୍ୟୁନିସିପାଲିଟିର ଖାତାରେ ମଧ୍ୟ ଯୋଗ ତାଲିକାରେ ରହିଲା ନାହିଁ । ଯାହାଫଳରେ ଏହି ଗ୍ରାମ ଲୋକେ ପଞ୍ଚାୟତର କିମ୍ବା ମ୍ୟୁନିସିପାଲିଟିର ହେଲେ ନାହିଁ । ତେଣୁ ଏହି ଗ୍ରାମର ପଲ୍ଲିସଭା ଦିର୍ଘ୧୧ଵର୍ଷ ହେଲା ହୋଇନାହିଁ । ତେଣୁ ଏହି ଗ୍ରାମର ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ ହୋଇଛନ୍ତି । ଅଧିକାଂଶ ଲୋକେ ଗରୀବ ଶ୍ରେଣୀର । ସରକାର କହୁଛନ୍ତି ସମସ୍ତଙ୍କୁ କଂକ୍ରିଟ ଜାତୀୟ ଯୋଗାଇ ଦିଆଯିବ ।ଏହାକୁ ନେଇ ଗ୍ରାମବାସୀ ବିଡ଼ଓ, ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ, କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ବନ୍ୟା ବାତ୍ୟା ସମୟରେ ସେମାନେ ସ୍କୁଲ ଘରେ ରୁହନ୍ତି । ଅଧିକାଂଶ ଲୋକେ ଗରୀବ ଶ୍ରେଣୀର ହୋଇଥିବାରୁ ଘର ତିଆରି ଓ ମରାମତି କରିବା ପାଇଁ ଅକ୍ଷମ ବୋଲି ଗଣମାଧ୍ୟମକୁ ଜଣାଇଥିଲେ । ତେଣୁ ପ୍ରଶାସନ କିଛି ପଦକ୍ଷେପ ତୁରନ୍ତ ନ ନେଲେ ଆସନ୍ତା ଫେବୃୟାରୀ ୨୨ ତାରିଖ ଦିନ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ