ଏନ୍.ଟି.ଏସ୍.ଇ.ଚୂଡାନ୍ତ ପରୀକ୍ଷାଫଳ ପ୍ରକାଶିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭାରତସରକାରଙ୍କ ଅଧୀନସ୍ଥଏନ୍.ସି.ଇ.ଆର.ଟି ଦ୍ୱାରା ପରିଚାଳିତ ଜାତୀୟସ୍ତରୀୟ ମେଧାବୃତ୍ତି ୨୦୨୦-୨୧ର ଚୂଡାନ୍ତ ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ଡିଏଭି ପବ୍ଲିକସ୍କୁଲ କଳିଙ୍ଗନଗରର ତିନି ଛାତ୍ର ପ୍ରିୟାଂଶୁ ପଣ୍ଡା, ଆଦ୍ୟାଂଶୁବେଉରା ଓ ଶୁଭମ୍ସୌମ୍ୟରଞ୍ଜନ କୃତିତ୍ୱର ସହ ଉତ୍ତୀର୍ଣ୍ଣହୋଇ ସମ୍ମାନଜନକ ମେଧବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ପରୀକ୍ଷାରେ ନିଜର କଠିନ ଅଧ୍ୟବସାୟ, ଶିକ୍ଷକଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନ ଓ ପିତାମାତାଙ୍କ ପ୍ରେରଣାରେ ସମଗ୍ର ଦେଶରୁ ଯୋଗ୍ୟ ବିବେଚିତ ଦୁଇହଜାର କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନ ପାଇ ଏହିତିନି ଛାତ୍ର ସେମାନଙ୍କ ପାଠପଢା ସମାପ୍ତ ହେବା ପର୍ଯ୍ୟନ୍ତ ଏହି ବୃତ୍ତି ଯଥା ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ବାର୍ଷିକ ୧୫୦୦୦ ଟଙ୍କା, ସ୍ନାତକ ଓ ସ୍ନାତକତ୍ତୋର ପାଇଁ ୨୪୦୦୦ ଟଙ୍କା ଏବଂ ପି.ଏଚ୍.ଡି ପାଇଁ ୟୁ.ଜି.ସି ର ଗାଇଡ୍ଲାଇନ୍ ଅନୁଯାୟୀ ଅର୍ଥରାଶି ପାଇବେ । ପ୍ରକାଶ ଯୋଗ୍ୟଯେ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ଚାରି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତିନିଜଣ କୃତକାର୍ଯ୍ୟ ହେବା ଏକ ସମ୍ମାନର ବିଷୟ । କୃତୀଛାତ୍ରମାନଙ୍କ ଏହି ଅନନ୍ୟ ସଫଳତାରେ ଡି.ଏ.ଭି ବିଦ୍ୟାଳୟ ସମୂହ ଜୋନ-୧ର ଆଞ୍ଚଳିକ ନିର୍ଦ୍ଦେଶକ କେଶବଚନ୍ଦ୍ରଶତପଥୀ, ବିଦ୍ୟାଳୟର ଚେୟାରମ୍ୟାନ ମଦନ ମୋହନ ପଣ୍ଡା ଓ ଅଧ୍ୟକ୍ଷ ତବିପିନ କୁମାରସାହୁ ଅଭିନନ୍ଦନ ଜ୍ଞାପନ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବାସହିତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି ।


