ଶଙ୍ଖଣା ବୁଥରେ ଜୟଦେବଙ୍କ ମତଦାନ

ହାଟଡିହି, (ବିକାଶ ବିଶ୍ୱାଳ ) :-ପୁର୍ବତନ ମନ୍ତ୍ରୀ ତଥା ପୁର୍ବତନ ପିସିସି ସଭାପତି ଜୟଦେବ ଜେନା ଆଜି ଶଙ୍ଖଣା ବୁଥରେ ମତଦାନ ସାବ୍ୟସ୍ତ କରିଥିବାବେଳେ ଡଙ୍କୁରୀ ବୁଥରେ ପୁର୍ବତନ ବିଧାୟକ ମାୟାଧର ଜେନା ମତଦାନ କରିଛନ୍ତି । ଜୟଦେବ ଜେନା ଏବଂ ମାୟାଧର ଜେନା ସାଧାରଣ ଭୋଟରଙ୍କ ଭଳି ଧାଡିରେ ଠିଆହୋଇ ମତଦାନ କରୁଥିବା ଦେଖିବାକୁ ମିଳିଥିଲା । ଗତଥର ଠାରୁ ଚଳିତ ନିର୍ବାଚନରେ ଅନେକ ପରିବର୍ତ୍ତନ ଘଟିଛି । ସ୍ୱତପୁର୍ତ୍ତ ଭାବେ ଲୋକମାନେ ମତ ପରିବର୍ତ୍ତନ କରି କଂଗ୍ରେସକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବେ ବୋଲି ଜୟଦେବ ଜେନା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ