କୁରୁଜଙ୍ଗ ପଞ୍ଚାୟତରେ ବିଜେଡ଼ି ପକ୍ଷରୁ ବାଇକ ଶୋଭାଯାତ୍ରା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ କାକଟପୁର ବ୍ଲକରେ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ । ଏନେଇ ପ୍ରତି ଦଳ ଓ ପ୍ରାର୍ଥୀ ମାନେ ନିଜର ରଣକୌଶଳ ପ୍ରସ୍ତୁତ କରିବା ସହ ପଞ୍ଚାୟତ ସ୍ତରରେ ନିଜର ଦମଦାର ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମ ପଞ୍ଚାୟତରେ ରବିବାର ଦିନ ବିଜୁ ଜନତା ଦଳର ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଉପମା ମାହାରୀ ଓ ସମିତି ସଭ୍ୟ ପ୍ରାର୍ଥୀ କୈଳାସ ଚନ୍ଦ୍ର ସେଠୀ ମିଳିତ ଭାବେ ଏକ ବିଶାଳ ବାଇକ ରାଲି କରି ଦମଦାର ପ୍ରଚାର କରିଛନ୍ତି । ଏହି ଅବସରରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ୍ ଓ ୮ ନମ୍ୱର ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ସ୍ଵାଧୀନ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି କୁରୁଜଙ୍ଗ ପଞ୍ଚାୟତରେ ୧୯ ଗୋଟି ୱାର୍ଡ ରହିଥିବା ବେଳେ ୭୦୦୦ ଭୋଟର ଙ୍କ ସଂଖ୍ୟା ରହିଅଛି । ଭୋଟର ମାନଙ୍କ ଅକୁଣ୍ଠ ସମର୍ଥନ ରହିଥିବା ରୋଡସୋ ଅବସରରେ ପ୍ରାଥି ପ୍ରକାଶ କରିଛନ୍ତି। ଏହି ପରିପକ୍ଷୀରେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାଥିନୀ ରୂପାଲୀ କାଣ୍ଡି , ସମିତି ସଭ୍ୟ ପ୍ରାର୍ଥୀ ପ୍ରଶାନ୍ତ କାଣ୍ଡି ଲଢ଼ୁଥିବା ବେଳେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ହରପ୍ରିୟା କାଣ୍ଡି ଓ ସମିତି ସଭ୍ୟ ପ୍ରାର୍ଥୀ ହାପି ଗୋଛାୟତ ଏବଂ ସ୍ୱାଧୀନ ସରପଞ୍ଚ ପ୍ରାର୍ଥୀନି ଗୀତାଞ୍ଜଳୀ ଜେନା ସମିତି ସଭ୍ୟ ପ୍ରାର୍ଥୀ ଶ୍ୟାମ ରଞ୍ଜନ ମଲ୍ଲିକ ଘରକୁ ଘର ଯାଇ ନିଜର ଚିହ୍ନରେ ଭୋଟ ଦେବା ପାଇଁ ପୁସିଂ କାର୍ଡ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । କୁରୁଜଙ୍ଗ ଗ୍ରାମ ପଞ୍ଚାୟତକୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ଆଦର୍ଶ ପଂଚାୟତ ଭାବେ ଗଢି ତୋଳିବା ପାଇଁ ଭୋଟର ମାନଙ୍କ ସହଯୋଗ ଓ ଆର୍ଶୀବାଦ ଭିକ୍ଷା କରି ସରପଞ୍ଚ ପ୍ରାର୍ଥୀ ଓ ସମିତି ସଭ୍ୟ ପ୍ରାର୍ଥୀ ନିଜ ନିଜର ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଭୋଟର ମାନଙ୍କୁ ନିବେଦନ କରିଛନ୍ତି ।


