ଭୋଟ ଗଣତିରେ ନିୟୋଜିତ ହୋଇଥିବା ଅଧିକାରୀଙ୍କୁ ପ୍ରଶିକ୍ଷଣ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଶେଷ ହୋଇଛି । ଜିଲ୍ଲାର ୨୨ ଟି ବ୍ଲକରେ ସୁରୁଖୁରରେ ନିର୍ବାଚନ କାର୍ଯ୍ୟ ଶେଷ ହୋଇଛି । ଛତ୍ରପୁର ବ୍ଲକରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି । ଆସନ୍ତା ୨୬ ତାରିଖରେ ବ୍ଲକର ୧୯ ନମ୍ବର ଜୋନ୍ ଅଧିନରେ ଥିବା ସମସ୍ତ ପଂଚାୟତର ଭୋଟ ଗଣତି ହେବାକୁ ଥିବା ବେଳେ ୨୭ ତାରିଖରେ ୨୦ ନମ୍ବର ଜୋନ୍ ଅଧିନରେ ଥିବା ସମସ୍ତ ପଂଚାୟତ ଓ ୨୮ ତାରିଖରେ ୨୧ ନମ୍ବର ଜୋନ୍ ଅଧିନରେ ଥିବା ସମସ୍ତ ପଂଚାୟତର ଭୋଟ ଗଣତି ହେବ । ଏଥି ଲାଗି ଛତ୍ରପୁର ସ୍ଥାନୀୟ ବ୍ଲକ ସମ୍ମୀଳନୀ କକ୍ଷ ଠାରେ ପରିସରରେ ଭୋଟ ଗଣତି କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଓ ବିଡିଓ ସାରଦା ପ୍ରସନ୍ନ ପଣ୍ଡା ସମସ୍ତ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ନିୟୋଜିତ ହୋଇଥିବା ଏହି ଅଧିକାରୀ ମାନେ ଭୋଟ ଗଣତି କିପରି ହେବ ସେ ନେଇ ଛତ୍ରପୁର ତହସିଲଦାର ଓ ବିଡିଓ ସମସ୍ତ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହେବାକୁ ଥିବା ବେଳେ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ ହଲ ଠାରେ ଜିଲ୍ଲାପାଳ ଭିସି ମାଧ୍ୟମରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।


