ପୈାରାଞ୍ଚଳରେ ରାସ୍ତା ଓ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ସର୍ବପୁରାତନ କେନ୍ଦ୍ରାପଡା ପୈାରସଂସ୍ଥାର ରାସ୍ତା ଓ ଡ୍ରେନେଜ ସମସ୍ୟା ଗୁଡିକର ସମାଧାନ ପାଇଁ ପୈାରାଂଚଳ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପୈାରାଞ୍ଚଳର ୨୧ଟି ୱାର୍ଡରେ ରାସ୍ତା ଓ ଡ୍ରେନ ସମସ୍ୟା ଜଟିଳ ହେବାକୁ ଲାଗିଛି । ଅନେକ ସ୍ଥାନରେ ଅତି ଅଣଓସରିଆ ଡ୍ରେନ ରହିଥିବାରୁ ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି । ବର୍ଷାଦିନେ ୱାର୍ଡ ନମ୍ବର ୪, ୭, ୯, ୧୨, ୧୩, ୧୪, ୧୫, ୧୭ ଓ ୨୧ରେ ବର୍ଷା ଜଳ ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ଜମି ରହୁଛି । ଫଳରେ ସେ ଅଞ୍ଚଳର ବହୁ ଲୋକଙ୍କ ଘର ଭିତରେ ବର୍ଷାଜଳ ପ୍ରବେଶ କରି ବହୁ ସମସ୍ୟା ସୃଷ୍ଟି କରୁଛି । ଏହା ବ୍ୟତିତ ପୈାରାଞ୍ଚଳର ରାସ୍ତା ଗୁଡିକ ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ତୁରନ୍ତ ଏହିସବୁ ସମସ୍ୟାର ସମାଧାନ କରାଯିବା ସହିତ ଜଳ ନିଷ୍କାସନର ବ୍ୟବସ୍ଥା କରାଯିବା ପାଇଁ ପୈାରାଂଚଳ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି । ମହମ୍ମଦ ଅମୀର, ଲିଆକତ ଅଲ୍ଲୀ, ରଶ୍ମି ରଞ୍ଜନ ମହାପାତ୍ର, ସେକ ମନୱାର, ସେକ କମିରୁଦ୍ଦିନ, ନିରଞ୍ଜନ ମଲିକ, ରଶ୍ମି ରଞ୍ଜନ ମହାପାତ୍ର ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ