ଦୂତୀ ଙ୍କ ଆଉ ଏକ ସଫଳତା
ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦ ସଫଳତା ସହ ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛନ୍ତି । ଆମେରିକାର ର ଶ୍ରେଷ୍ଠ ଟାଇମ୍ ପତ୍ରିକାର ବିଶ୍ବର ଆଗାମୀ-୧୦୦ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଦୂତି ସ୍ଥାନ ପାଇଛନ୍ତି। ବିଶ୍ବର ଯେଉଁ ବ୍ୟକ୍ତିତ୍ବ ଆଗାମୀ ପିଢି ପାଇଁ ପ୍ରେରଣା ସାଜିବାକୁ ଯାଉଛନ୍ତି; ଏହି ତାଲିକାରେ ସେମାନଙ୍କୁ ସାମିଲ କରାଯାଇଛି। ଏହି ତାଲିକାରେ କ୍ରୀଡ଼ାବିତ୍, ବ୍ୟବସାୟୀ, ମନୋରଞ୍ଜନ, ସ୍ବାସ୍ଥ୍ୟ, ରାଜନୀତି, ବିଜ୍ଞାନ ସମେତ ଅନ୍ୟାନ୍ୟ ବିଭାଗର ସର୍ବଶ୍ରେଷ୍ଠ ଉଦୀୟମାନ ପ୍ରତିଭାଙ୍କୁ ସ୍ଥାନ ଦିଆଯାଇଛି। ଯେଉଁଥିରେ ଦୂତି ଚାନ୍ଦ ସ୍ଥାନ ପାଇଛନ୍ତି। ଦୂତି ଚାନ୍ଦ କ୍ରୀଡ଼ା ଜୀବନରେ ସଂଘର୍ଷ କରି ଏତେ ବାଟ ଆସି ପାରିଛନ୍ତି। ଦୂତିଙ୍କ ଲଢୁଆ ମନୋଭାବକୁ ଆମେ ସ୍ବୀକୃତି ଦେଇଛୁ। ଏଭଳି ଲଢେଇ ଅନ୍ୟ କ୍ରୀଡ଼ାବିତ୍ଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଟାଇମ୍ ପକ୍ଷରୁ କୁହାଯାଇଛି।