ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଏହି କୁଇଜ ପ୍ରତିଯୋଗିତାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ଉଦଘାଟନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଆୟୋଜିତ ପ୍ରତିଯୋଗିତାର ଉଧେଶ୍ୟ ଜ୍ଞାପନ କରି ବିଜ୍ଞାନ ଶିକ୍ଷା ପ୍ରତି ଛତ୍ର /ଛାତ୍ରୀ ମାନଂକୁ ଆକୃଷ୍ଟ କରିବାର ଏହା ଏକ ପ୍ରୟାସ ବୋଲି କହିଥିଲେ l ଏହି ପ୍ରତିଯୋଗିତା ରେ ଜିଲ୍ଲା ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ଜୁନିଅର ଓ ସିନିର ବିଭାଗ ରୁ ମୋଟ 40 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀ ମାନଂକୁ ପୁରସ୍କାର ପ୍ରଦାନ କରିଥିଲେ ସିନିଅର ବିଭାଗ ରୁ ବି ଏମ ଉଚ୍ଚ ବିଦ୍ୟାଳୟ ଖରଡ଼ାର ମାନୀକାନଟା ଦଳାଇ (ଦଶମ ଶ୍ରେଣୀ )ଓ ଜୁନିର ବିଭାଗ ରୁ ମହାରାଜାଙ୍କ ବାଳିକା ବିଦ୍ୟାଳୟ, ପାରଳାଖେମୁଣ୍ଡି ର ସୁମନ ପାଣିଗ୍ରାହୀ (ଅଷ୍ଟମ ଶ୍ରେଣୀ )l ପ୍ରଥମ ସ୍ଥାନ ରଖି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ନିମନ୍ତେ ମନୋନୀତ ହାଇଛନ୍ତି l ଉକ୍ତ କାର୍ଯ୍ୟକ୍ରମ କୁ ବିଜ୍ଞାନ ଶିକ୍ଷକ ଆମ୍ପୋଲୁ ରବି କୁମାର, ସୁଜାତା ଦୋରା, ପି. କ୍ରିଷ୍ଣା ରାଓ, ଶିବ କଲ୍ୟାଣୀ ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ