ପୋଲିସ କର୍ମଚାରୀଙ୍କୁ ଦିଆଯାଉଛି ବାସିଖାଦ୍ୟ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଭୋଟବାକ୍ସ ରଖିବା ଓ ମତଗଣନା କରାଯିବାକୁ ବ୍ୟବସ୍ଥା କରାଯାଇଛି । ସେହି ଅନୁଯାଇ ସେଠାରେ ପୋଲିସ ଫୋର୍ସ ଓ ପୋଲିସ ଅଧିକାରୀମାନେ ଦାୟୀତ୍ୱ ନିର୍ବାହ କରି ଆସୁଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ଓ ବାସିଖାଦ୍ୟ ବୋଲି ପୋଲିସ କର୍ମଚାରୀ ଓ ଅଧିକାରୀମାନେ ଅଭିଯୋଗ କରିଛନ୍ତି । ଜନୈକ ପୋଲିସ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ସରକାରୀ କର୍ମଚାରୀଙ୍କୁ ଦୈନିକ ଖାଇବା ବାବଦକୁ ସରକାର ୨୩୦ଟଙ୍କା ପ୍ରଦାନ କରୁଥିବା ବେଳେ ସେମାନଙ୍କୁ ସେହି ଅନୁଯାୟୀ ଖାଦ୍ୟ ପ୍ରଦାନ କରାଯାଉନାହିଁ । ସକାଳ ୧୦ଟାରେ ନିମ୍ନମାନର ଉପମା, ମଧ୍ୟାହ୍ନରେ ଭାତ, ଡାଲମା ଓ ରାତିରେ ରୁଟି ଓ ଡାଲମା ଦିଆଯାଉଛି । ଯେଉଁ ଖାଦ୍ୟ ଦିଆଯାଉଛି ତାହା ମଧ୍ୟ ବାସୀ । ଏହା ଖାଇବା ଉପେଯାଗୀ ହେଉନାହିଁ । ବାଧ୍ୟ ହୋଇ ଆମେ ଭୋକରେ ଡ୍ୟୁଟି କରୁଛୁ । ଏପରିକି ଆମକୁ ପିଇବାକୁ ପାଣି ମଧ୍ୟ ଦିଆଯାଉନାହିଁ । ଏନେଇ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ