ଖୋଲିଲା ପ୍ରାଥମିକ ବିଦ୍ୟାଳୟ : ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି ବିଦ୍ୟାଳୟକୁ ନେଲେ ଶିକ୍ଷକ ଶିକ୍ଷୟିତ୍ରୀ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) :ଦୀର୍ଘ ଦୁଇବର୍ଷ ପରେ ରାଜ୍ୟରେ ଖୋଲିଲା ପ୍ରାଥମିକ ବିଦ୍ୟାଳୟ । ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ସୋମବାର ସକାଳୁ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କୋମଳମତୀ ଛାତ୍ର ଛାତ୍ରୀ ଙ୍କୁ ସ୍ବାଗତ କରି ବିଦ୍ୟାଳୟକୁ ପ୍ରବେଶ କରାଯାଇଛି l ବାଲିଗୁଡ଼ା ବ୍ଲକ୍ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଉତ୍ତର କୁମାର ସାହୁ, ସିଆରସିସି ଅମୁଲ୍ୟ କୁମାର ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ମୁଖ୍ୟ ଫାଟକରେ ଉପସ୍ଥିତ ରହି ଅଭିନବ ଉପାୟରେ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ । ବିଦ୍ୟାଳୟର ମୁଖ୍ୟ ଫାଟକରେ ବିଦ୍ୟାଳୟ କର୍ତ୍ତୃପକ୍ଷ ମାନେ ଉପସ୍ଥିତ ରହି କୋଭିଡ୍ ନିୟମ ପାଳନ କରି ଛାତ୍ରଛାତ୍ରୀଙ୍କ ହାତ ସାନିଟାଇଜ୍,ମାସ୍କ ପରିଧାନ କରାଇବା ସହ ମୁଣ୍ଡରେ ଫୁଲ ଓ ମିଠା ଖୁଆଇ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରାଇଥିଲେ l ଦୀର୍ଘ ଦୁଇବର୍ଷ ପରେ ଛାତ୍ରଛାତ୍ରୀ ମାନେ  ବିଦ୍ୟାଳୟକୁ ଆସିବାର ସୁଯୋଗ ପାଇଥିବାରୁ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଥିବା ଦେଖି ବାକୁ ମିଳିଛି । ଏଥିସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପାଖରେ ପାଇଁ ବେଶ ଖୁସି ଥିବା ବେଳେ ଅଭିଭାବକ ମାନେ ମଧ୍ୟ ବେଶ ଆନନ୍ଦିତ ଥିବା ଦେଖିବାକୁ ମିଳିଥିଲା । କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ଏହିପରି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରବେଶ ଉତ୍ସବ କରାଯାଇଥିଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ