ଅନସ୍ଲୋ ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲରେ ସୋମବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହାଇସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀ ଅମୃତା ପାଣିଗ୍ରାହୀଙ୍କ ତତ୍ୱାବଧାନରେ ହାଇସ୍କୁଲ ପରିସରରେ କରୋନା ସଚେତନତା ଉପରେ ଏକ ନାଟକ ପରିବେଷଣ କରାଯାଇଥିଲା । ଏହି ନାଟକକୁ ଶିକ୍ଷୟତ୍ରୀ ଅନୀତା ଦାସ ସହଯୋଗ କରିଥିଲେ । ପରେ ହାଇସ୍କୁଲର ବିଜ୍ଞାନାଗାର ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ଛୋଟ ଛୋଟ ପ୍ରକଳ୍ପ ଗୁଡିକ ପ୍ରଦର୍ଶନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ପାଣିଗ୍ରାହୀ ଏହି ପ୍ରକଳ୍ପ ଟୁଡିକୁ ବୁଲି ଦେଖିବା ସହିତ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପୂର୍ବରୁ ବିଜ୍ଞାନ ସମ୍ବଦ୍ଧିତ ଏକ କୁଇଜ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଆଜି ପ୍ରଥମ ରୁ ପଂଚମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ଖୋଲିଥିବାରୁ ବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ଦେବସ୍ମିତା ମହାନ୍ତି, ସୁଚିତ୍ରା ପାଣିଗ୍ରାହୀ, ବ୍ଲେଶୀ ପ୍ରଧାନ ଓ ଶିକ୍ଷକ ଜଗଦୀଶ ଚନ୍ଦ୍ର ପଲାଇ ପରିଚାଳନାରେ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ