ପୁନଃ ଭୋଟ ଗଣତି ଦାବିରେ ଧାରଣା ଦେଲେ ସରପଞ୍ଚ ପ୍ରାର୍ଥୀ ଓ ତାଙ୍କ ସମର୍ଥକ

ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତରେ ଭୋଟଗଣତିରେ ଅନିୟମିତତା ହୋଇଥିବା ଅଭିଯୋଗ କରିବା ସହିତ ପୁନଃ ଭୋଟଗଣତି ଦାବିରେ ଆଜି ସରପଞ୍ଚ ପ୍ରାର୍ଥୀ ନିରୁପମା ପାତ୍ର ଓ ତାଙ୍କ ସମର୍ଥକ ମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଭୋଟ ଗଣତି ଚାଲିଥିବା ସମୟରେ ୮ନମ୍ବର ବୁଥ ଗଣତି ବେଳକୁ ଅନ୍ୟତମ ପ୍ରାର୍ଥୀ ଅଜିତ ରାଉତଙ୍କ ଜଣେ ସମ୍ପର୍କୀୟ ପହଞ୍ଚି ଭୋଟ ଗଣତିକୁ ଏପଟ ସେପଟ କରିଦେଇଥିଲେ । ଏନେଇ ନିରୁପମାଙ୍କ ଏଜେଣ୍ଟ ପ୍ରତିବାଦ କରିଥିଲେ ମଧ୍ୟ କେହି ଶୁଣି ନଥିଲେ । ଫଳରେ ସେ ୨୬ଖଣ୍ଡ କମ ଭୋଟରେ ପରାସ୍ତ ହୋଇଥିଲେ । ଏହାକୁନେଇ ପ୍ରାର୍ଥୀ ନିରୁପମା ପାତ୍ର, ମମତା ଡାକୁଆ, ଖୁଲଣା ପାତ୍ର, ସୁିତା ଡାକୁଆ, ମଧୁସ୍ମିତା ପାତ୍ର, ଶାରଦା ମଢ଼େଇ, ଗୀତାଞ୍ଜଳୀ ପାତ୍ର, ପବିତ୍ର ନାଇକ, ରେବତୀ ଗିରି, ଗୀତା ପାତ୍ର, ସାର ମଢ଼େଇ, ସୁରତୀ ମଢ଼େଇ, ଅନ୍ନପୁର୍ଣ୍ଣା ପାତ୍ର, କମଳିନୀ ପାତ୍ର, ରୀନା ପାତ୍ର, ଶକୁନ୍ତଳା ପାତ୍ର, ଶଶି ପାତ୍ର, ଲତା ପାତ୍ର, ସର ପାତ୍ର, ଫୁଲ ପାତ୍ର, ବାସନ୍ତୀ ନାଏକଙ୍କ ସାମେତ ତାଙ୍କର ଶତାଧିକ ସମର୍ଥକମାନେ ଆଜି ପୁନଃ ଗଣତି ଦାବିରେ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି । ଭୋଟ ଗଣତି ଚାଲିଥିବାରୁ ବ୍ଲକରେ କେହି ନଥିବାରୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସେମାନେ ଧାରଣାରେ ବସିରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ