ଗ୍ରାମବାସୀଙ୍କୁ ସିଆରପିଏଫଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀ ବଣ୍ଟନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ବାଲିଗୁଡା ଥାନା ଅର୍ନ୍ତଗତ ବାରଖମା ଠାରେ ଗ୍ରାମବାସୀଙ୍କୁ କେନ୍ଦ୍ରିୟ ରିର୍ଜଭ ପୋଲିସବାହିନୀ ୧୨୭ ବାଟାଲିୟନ ଦ୍ୱାରା ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସିଆରପିଏଫ କମାଣ୍ଡେଣ୍ଡ୍ ଆନନ୍ଦ ଝା,ଦ୍ୱିତୀୟ କମାଣ୍ଡେଣ୍ଡ ରୋଥଙ୍ଗଲୁର ଏଲ ଫିମେଟଡେପୁଟି କମାଣ୍ଡେଣ୍ଡ ଅଜିତ ସି ବାବୁ,ସହକାରୀ କମାଣ୍ଢେଣ୍ଡ ବିଜୟ ପ୍ରକାଶ ଚଉବେ,ବାରଖମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡା ଶିବାଶ୍ରିତ ମହନ୍ତ, ଅଧିକାରୀ ବାରଖମା ଫାଣ୍ଡିର ଅଧିକାରୀ ଲଳିତ ମୋହନ ସାଗର, ରେବିଙ୍ଗିଆ ପଂଚାୟତ ସରପଂଚ ରଂଜୁଲତା ମଳିକ ,ବାରଖମା ସରପଂଚ କୁମୁଦିନ ମଳିକ.ପୁର୍ବତନ ସରପଂଚ କୁନାଲ ପ୍ରଧାନ.ସୁଡ୍ରା ପଂଚାୟତ ସରପଂଚ ନରସିଂହ ମଳିକ ପ୍ରମୁଖ ମଂଚାସୀନ ଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବାରଖମା ପପଂଚାୟତର ଛାତ୍ରଛାତ୍ରୀ ମାନେ ଦେଶାତ୍ମକ ବୋଧ ସଙ୍ଗିତରେ ନୃତ୍ୟ ପ୍ରର୍ଦଶନ କରିଥିଲେ । ଏହାପରେ ଗ୍ରାମବାସୀଙ୍କୁ ପାଣିଟାଙ୍କି,ସୋଲାର ଲାଇଟ,ରେଡିଓ ଆଦି ସାମଗ୍ରୀ ବଣ୍ଟନ କରିଥିଲେ ।


