ଖାଦ୍ୟ ନିରାପତ୍ତା ଫୋଷ୍ଟକ ତାଲିମର ହେଲ୍ପ ଡେଷ୍କ ଆରମ୍ଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ବିତରଣ କ୍ଷେତ୍ରରେ ୨୦୧୭ରୁ କଡାକଡି ଆଇନ କରିଥିବା ହେତୁ ସମସ୍ତ ଖାଦ୍ୟ ଦୋକାନୀ ଫୋଷ୍ଟକ ତାଲିମ ନେବା ବାଧ୍ୟତା ମୂଳକ କରାଯାଇଛି । ତାଲିମପ୍ରାପ୍ତ ଖାଦ୍ୟ ଦୋକାନୀଙ୍କ ଯାଞ୍ଚ ସମୟରେ ଫୋଷ୍ଟକ ତାଲିମ ପ୍ରମାଣପତ୍ର ନଥିଲେ ସଂପୃକ୍ତ ଦୋକାନକୁ ସିଲ କରାଯିବା ସହ ଦଣ୍ଡବିଧାନ କରାଯିବାର ବ୍ୟବସ୍ଥା ରହିଛି । ଏହି ଦୃଷ୍ଟିରୁ ଖାଦ୍ୟ ବ୍ୟବସାୟୀ ଫୋଷ୍ଟକ ତାଲିମ ନେବାକୁ ଆବେଦନ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାସ୍ଥିତ ପୁରୁଣା ପରିବାର ଅଦାଲତ ପାଶ୍ୱର୍ରେ ହେଲ୍ପଡେସ୍କ ଆରମ୍ଭ କରାଯାଇଛି । ଖାଦ୍ୟ ବ୍ୟବସାୟୀମାନେ ଅନ୍ ଲାଇନ ତାଲିମ ନେବାର ବ୍ୟବସ୍ଥା ଥିବା ବେଳେ କ୍ଷୁଦ୍ର ଜଳଖିଆ ଦୋକାନୀ, ଷ୍ଟ୍ରିଟ୍ ଭେଣ୍ଡରଙ୍କ ପାଇଁ ତାଲିମ ଫିସ ଓ ହୋଟେଲ ପ୍ରଭୃତିଙ୍କ ପାଇଁ ଅଗ୍ରୀମ ତାଲିମ ଫିସର ବ୍ୟବସ୍ଥା ରହିଥିବା ସୂଚନା ଦିଆଯାଇଛି । ଏଣୁ ବ୍ୟବସାୟୀମାନେ ହେଲ୍ପଡେସ୍କରେ ଫିସ ଜମାକରି ଆବେଦନ କରିବାକୁ ଅନୁରୋଧ କରାଯାଇଛି । ହେଲ୍ପଡେସ୍କ ନମ୍ବର ୭୮୯୪୩୨୩୬୫୭ରେ ଯୋଗାଯୋଗ କରିବାକୁ ସଂପୃକ୍ତ ସଂସ୍ଥାର ଜିଲ୍ଲା ଶାଖା ପକ୍ଷରୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ