ସମାଜସେବୀ ମମତା ଦାସଙ୍କ ବିୟୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ଅଜୟ କୁମାର ଦାସଙ୍କ ଧର୍ମପତ୍ନୀ ତଥା ସମାଜସେବୀ ମମତା ଦାସଙ୍କ ୫୭ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ସ୍ୱର୍ଗତା ଦାସ ଜଣେ ମିଷ୍ଟଭାଷି, ପରୋପକାରୀ, ଧର୍ମ ପରାୟଣା ମହିଳା ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ଅଜୟ, ଏକମାତ୍ର କନ୍ୟା ସ୍ମୃତିରେଖା(ମୁନମୁନ), ଦିଅର ବିଜୟ, ସଞ୍ଜୟ, ସନ୍ତୋଷ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ହେମନ୍ତ ବିଶ୍ୱାଳ, ପ୍ରବୋଧ କୁମାର ଦାସ, ଅଲେଖ ପ୍ରସାଦ ଦାସ, ପ୍ରସନ୍ନ କୁମାର ମଲିକ, ଶାରଦା ପ୍ରସନ୍ନ ରାଉତ, ଶୁଭାଂଶୁ ଦାସ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଭରତପୁରସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।


