ଛୟାଳସିଂରେ ବିଶ୍ୱଶାନ୍ତି ମହାଯଜ୍ଞ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂସ୍ଥିତ ଶ୍ରୀ ଶ୍ରୀ ଖଗେଶ୍ୱର ମହାଦେବ ପୀଠରେ ମହାଶିବ ରାତ୍ରି ଉପଲକ୍ଷେ ବିଶ୍ୱ କଲ୍ୟାଣ ନିମନ୍ତେ ୩ ଦିନ ଧରି ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ଗୋପୂଜା, ଘଟୋଧିବାସ, ମହାରୁଦ୍ରାଭିଷେକ, ୨ୟ ଦିବସରେ ଚଣ୍ଡି ଯଜ୍ଞ, ୩ୟ ଦିବସରେ ଗୀତାଯଜ୍ଞ, ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ପ୍ରକାଶ କୁମାର ପତି, ବିକାଶ କୁମାର ପତିଙ୍କ ଦ୍ୱରା ଯଜ୍ଞ କାର୍ଯ୍ୟ ସଂପନ୍ନ ହୋଇଥିଲା । ଯଜ୍ଞ କାର୍ଯ୍ୟରେ ମୁଖ୍ୟ ସେବକ ଫକୀର ମୋହନ ତ୍ରିପାଠୀ, ମୂଖ୍ୟ ପୂଜକ ରମେଶ ତ୍ରିପାଠୀ, ସୁବାସ ଚନ୍ଦ୍ର ତ୍ରିପାଠୀଙ୍କ ସମେତ ଖଗେଶ୍ୱର ମହାଦେବ ବଜାର କମିଟିର ସଦସ୍ୟ, ଗ୍ରାମବାସୀ ଓ ଭକ୍ତ ମାନେ ସହଯୋଗ କରିଥିଲେ ।


