ପଞ୍ଜାବ ନ୍ୟସନାଲ ବ୍ୟାଙ୍କରେ ଏକାଉଣ୍ଟ ଖୋଲିବା ନିଷ୍ପତିକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ

ହାଟଡିହି, (ବିକାଶ ବିଶ୍ୱାଳ ) :ହାଟଡିହି ବ୍ଲକର ସମସ୍ତ ବିଦ୍ୟାଳୟ ନିଜର ଏମଡିଏମ ଏକାଉଣ୍ଟ ପଞ୍ଜାବ ନ୍ୟସନାଲ ବ୍ୟାଙ୍କରେ ଖୋଲିବାକୁ ନେଇ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଅଧିକାରୀଙ୍କ ଏପ୍ରକାର ନିଷ୍ପତିକୁ ନେଇ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଅନେକ ବୁଦ୍ଧିଜୀବୀ ଏପ୍ରକାର ନିଷ୍ପତିରେ ବିଷ୍ମୟ ପ୍ରକାଶ କରିଛନ୍ତି । ବିଶେଷଭାବେ ହାଟଡିହି ବ୍ଲକରେ ପୟ୍‌ଜାବ ନ୍ୟସନାଲ ବ୍ୟାଙ୍କର କୌଣସି ଶାଖା ନଥିବାରୁ ଏ ନୀତିର ଅଦୁରଦର୍ଷିତା ସମ୍ପର୍କରେ ଶିକ୍ଷକ ଓ ପରିଚାଳନା କମିଟି ସଦସ୍ୟ ମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଖବରରୁ ଜଣାଯାଇଛି ଯେ ପ୍ରତ୍ୟେକ ବିଦ୍ୟାଳୟ ନିଜର କେୱାଇସି ପ୍ରସ୍ତୁତକରି ବିଇଓ ହରାଟଡିହିଙ୍କ ନିକଟରେ ଦାଖଲ କରିବେ ଏବଂ ପଞ୍ଜାବ ନ୍ୟସନାଲ ବ୍ୟାଙ୍କର ପ୍ରତିନିଧି ଏହାକୁ ସଂଗ୍ରହକରି ବିଇଓଙ୍କୁ ବିଦ୍ୟାଳୟ ପାଇଁ ଚେକବୁକ ପ୍ରଦାନ କରିବେ ଏବଂ ବିଦ୍ୟାଳୟ ଗୁଡିକ ବିଇଓ ଅଫିସରୁ ଚେକ ବହି ଗୁଡିକ ସଂଗ୍ରହ କରି ନିକଟସ୍ଥ ବ୍ୟାଙ୍କରୁ ପଞ୍ଜାବ ନ୍ୟସନାଲ ବ୍ୟାଙ୍କର ଚେକ ଦେଇ ଅର୍ଥ ଉଠାଇବେ । ଏହା ସରକାରଙ୍କ କି ପ୍ରକାର ବ୍ୟବସ୍ଥା । ସମସ୍ତ ନ୍ୟସନଲାଇଜ ବ୍ୟାଙ୍କ ଗୁଡି ସରକାରଙ୍କର ଓ ରିଜର୍ଭବ୍ୟାଙ୍କ ନିର୍ଦ୍ଦେଶରେ ପରିଚାଳିତ । ତେବେ ଏପ୍ରକାର ପକ୍ଷପାତିତା କାହିଁକି ବୋଲି ଶିକ୍ଷକମାନେ ପ୍ରଶ୍ନ ଉଠାଇଛନ୍ତି । ଏପରି ନିଷ୍ପତି ଲାଗୁହେଲେ ଏମଏଡିଏମ ଟଙ୍କା ନେଣଦେଣରେ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟରେ ସନ୍ଦେହ ଜନକ ପରିସ୍ଥିତି ଉପୁଜିବ । ହାଟଡିହି ବ୍ଲକର କୌଣସି ଠାରେ ପଞ୍ଜାବ ନ୍ୟସନାଲ ବ୍ୟାଙ୍କ ନଥିବାରୁ ଏକାଉଣ୍ଟ ଅପଡେଟ ମଧ୍ୟ ହୋଇପାରିବ ନାହିଁ । ଫଳରେ କମିଟି ଓ ଶିକ୍ଷକ ମାନଙ୍କ ଭିତରେ ବାଦ ବିବାଦ ଲାଗିବା ଆଶଙ୍କା ସୃଷ୍ଟି ହୋଇଛି । ସେହିପରି କୌଣସି ଗୋଟିଏ ଭୁଲ ଭଟକା ହେଲେ କିମ୍ବା ପାସବୁକ ଅପଡେଟ କରିବାପାଇଁ ୧୫/୨୦ କିଲୋମିଟର ଦୁର ବନ୍ତ ଅଥବା ୨୫ରୁ ୩୦କିଲୋମିଟର ଦୁର ଆନନ୍ଦପୁରକୁ ଯିବାକୁ ହେବ । ଯାହାଦ୍ୱାରାକି ଶିକ୍ଷକ କିମ୍ବା ପରିଚାଳନା କମିଟିର ସଭପତିଙ୍କ ଗୋଟିଏ ଦିନ କେବଳ ଏହିଥିରେ ହିଁ ଚାଲିଯିବ । ଏହି ପଞ୍ଚାବ ନ୍ୟସନାଲ ବ୍ୟାଙ୍କ ନୀରବମୋଦୀଙ୍କୁ ଶହଶହ କୋଟି ଟଙ୍କା ଋଣଦେଇ ଦେବାଳିଆ ପରିସ୍ଥିତିକୁ ଆସିଥିଲା । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସେହି କ୍ଷତିକୁ ଭରଣା କରିବାକୁ ମାର ମାର ଭଣ୍ଡାରିଆକୁ ମାର ନୀତିରେ ଶିକ୍ଷାନୁଷ୍ଠାନ ମାନଙ୍କୁ ବଳି ପକାଯାଉ ନାହିଁତ । ଏଣୁ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ଏଭଳି ନିଷ୍ପତିର ତୁରନ୍ତ ପରିବର୍ତ୍ତନ କରିବାପାଇଁ ଶିକ୍ଷକ ଓ ପରିଚାଳନା କମିଟି ସଦସ୍ୟଙ୍କ ପକ୍ଷରୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ