ଆଦର୍ଶ ଶିକ୍ଷକ କୈଳାସ ଚନ୍ଦ୍ର ଲେଙ୍କାଙ୍କ ଏକାଦଶାହରେ ସ୍ମୃତିସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଭାରତୀ ବିଦ୍ୟାମନ୍ଦିରରେ କାର୍ଯ୍ୟରତ ଆଦର୍ଶ ଇଂରାଜୀ ଶିକ୍ଷକ କୈଳାସ ଚନ୍ଦ୍ର ଲେଙ୍କାଙ୍କ ଏକାଦଶାହ ଅବସରରେ ନିଜଗ୍ରାମ ନିକିରାଇସ୍ଥିତ ହରିପୁର ଠାରେ ତାଙ୍କ ଇନ୍ଦୁପୁର ହାଇସ୍କୁଲର ୧୯୮୩ବ୍ୟାଚ ସହପାଠୀ ଓ ଆଞ୍ଚଳିକ କୈଳାସ ପ୍ରେମୀମାନଙ୍କ ସୈାଜନ୍ୟତାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସହପାଠୀ ତଥା ଇନ୍ଦୁପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦ ସମ୍ପାଦକ ଶିକ୍ଷାବିତ ପ୍ରଣବ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରଫେସର ପ୍ରଭାତ କୁମାର ମହାନ୍ତି, ଶିକ୍ଷାବିତ ତ୍ରିଲୋଚନ ଜେନା, ପରୀକ୍ଷିତ ପାତ୍ର, ରଘୁନାଥ ରାଉତ, ପ୍ରଫୁଲ୍ଲ କୁମାର ଜେନା, ଦେବେନ୍ଦ୍ର କୁମାର ରାଉତ, ପର୍ଶୁରାମ ସ୍ୱାଇଁ, ପରମାନନ୍ଦ ଥାଟୋଇ, ପ୍ରମୋଦ କୁମାର ପତି, ଶଶିକାନ୍ତ ସାହୁ, କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଲେଙ୍କା କେବଳ ଜଣେ ଆଦର୍ଶ ଶିକ୍ଷକ ନଥିଲେ ଏକାଧାରରେ ସେ ଜଣେ ସମାଜ ସଂସ୍କାରକ, ସରଳ, ଅମାୟିକ, ଛାତ୍ରବତ୍ସଳ ଓ ନୀତିନିଷ୍ଠ ବ୍ୟକ୍ତି ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗତଜ୍ଜୀବନ ସାହୁ, ସରୋଜକାନ୍ତ ପଣ୍ଡା, ପ୍ରମୋଦ ରାଉତ, ଶୈଳଜାଶଙ୍କର ସାମଲ, ବେଣୁଧର ନାୟକ, କୃପାସିନ୍ଧୁ ସାହୁ, ରଜନୀକାନ୍ତ ଜୟସିଂହ, ସିଦ୍ଧାର୍ଥଶଙ୍କର ଜେନା, ମୂରଲୀଧର ବିଶ୍ୱାଳ, ଶକ୍ତିଶେଖର ରାଉତ, ରମେଶ ଚନ୍ଦ୍ର ସାହୁ, ନିରଞ୍ଜନ ସାହୁ, ନିକେତନ ଜେନା, ମଦନମୋହନ ଜ୍ଞାନପୀଠର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ଦାସ ପ୍ରମୁଖ ସ୍ୱର୍ଗତ ଲେଙ୍କାଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ୨ମିନିଟ ନୀରବ ପ୍ରାର୍ଥନା ପରେ ପଣ୍ଡିତ ପ୍ରସନ୍ନଜିତ ପଣ୍ଡା ବେଦ ପାଠ କରିଥିଲେ । ଲେଙ୍କାଙ୍କ ପ୍ରଥମ କର୍ମକ୍ଷେତ୍ର ମଦନମୋହନ ଜ୍ଞାନପୀଠର ପ୍ରାକ୍ତନ ଛାତ୍ର,ଛାତ୍ରୀ, ଶିକ୍ଷକ,ଶିକ୍ଷିକା ଓ କର୍ମଚାରୀ ଏବଂ ୧୯୮୩ବ୍ୟାଚର ଇନ୍ଦୁପୁର ହାଇସ୍କୁଲର ସହପାଠୀମାନଙ୍କ ପ୍ରଦତ୍ତ ତଥା ସଂଗୃହିତ ଅର୍ଥରାଶି ତାଙ୍କ ଧର୍ମପତ୍ନୀଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ଆଦର୍ଶ ଶିକ୍ଷକ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଉଦୟନାଥ ସାହୁ, ମାନସ ହାଜରା, ପ୍ରଭାତ କୁମାର ମହାରଣା, ଶଶିଭୂଷଣ ପଣ୍ଡା, ରାମନାରାୟଣ ସିଂହ, ପ୍ରଦିପ ସାହୁ, ଜ୍ଞାନେନ୍ଦ୍ର ବାରିକ, ବିକାଶ ଲେଙ୍କା, ବିଜୟ କୁମାର ସାହାଣୀ,ଶ୍ରୀକାନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


