ଭେଜିଟେବୁଲ ଆଇସ୍ କ୍ୟୁବ୍

ଥଣ୍ଡା ଥଣ୍ଡା ଆଇସ୍ କ୍ୟୁବ୍‌କୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବି ବ୍ୟବହାର କରିପାରିବେ । ଏହା ବିଭିନ୍ନ ପନିପରିବା ରସରେ ତିଆରି ହୋଇଥିବାରୁ ତ୍ୱଚା ପାଇଁ ବରଦାନ ପାଲଟିଯିବ । ଜାଣନ୍ତୁ ଏ ସମ୍ପର୍କରେ ।
ଆଳୁ, ଟମାଟୋ ଏବଂ କାକୁଡ଼ି ରସର ମିଶ୍ରଣରେ ପ୍ରସ୍ତୁତ ଆଇସ୍ କ୍ୟୁବ୍ ତ୍ୱଚାରୁ ବ୍ରଣ, କଳା ଓ ଧଳା ଦାଗ ଏବଂ ଅଣ୍ଡର ଆର୍ମସ୍‌ରେ ଥିବା କଳାଦାଗ ଦୂର କରିଥାଏ ।
ଟମାଟୋ ଏବଂ ଲେମ୍ବୁ ରସକୁ ଆଇସ୍ ଟ୍ରେରେ ରଖି ଆଇସ୍ କ୍ୟୁବ୍ ପ୍ରସ୍ତୁତ କରନ୍ତୁ । ଏକ ସୂତା କପଡ଼ାରେ ଏହାକୁ ରଖି ଦିନକୁ ୨ ଥର ତ୍ୱଚାର ଡାର୍କ ସର୍କଲରେ ଧୀରେ ଧୀରେ ଘଷନ୍ତୁ । ଏହା ତ୍ୱଚାକୁ ଆର୍ଦ୍ର ତଥା କୋମଳ ରଖିବା ସହ କ୍ଲିଞ୍ଜର ଏବଂ ଟୋନରର କାମ କରିଥାଏ । ତ୍ୱଚାରୁ କଳାଦାଗ ବି କମିଥାଏ ।
ଆଳୁରସରେ ପ୍ରସ୍ତୁତ ଆଇସ୍ କ୍ୟୁବ୍ ତ୍ୱଚାରେ ମସାଜ୍ କରନ୍ତୁ । ଏପରି କଲେ ପୋର୍ସ ଖୋଲିଯିବା ସହ ତ୍ୱଚା ଟାଇଟ୍ ହୋଇଥାଏ । ଆଖି ତଳର କଳାଦାଗ ବି ଦୂର ହୋଇଥାଏ ।
ଟ୍ୟାନିଂ, ମୁହଁରେ ଥିବା କଳା ବା ଧଳା ଦାଗ, ବ୍ରଣ ଆଦି ସମସ୍ୟାରୁ ରକ୍ଷା ପାଇବା ପାଇଁ କାକୁଡ଼ି ଏବଂ ନିମ୍ବପତ୍ରର ରସ ମିଶାଇ ଆଇସ୍ କ୍ୟୁବ୍ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁ, ବେକ, ହାତ ଏବଂ କହୁଣିରେ ଲଗାଇ ଘଷନ୍ତୁ । ୧୫ରୁ ୨୦ ମିନିଟ୍ ପରେ ଏହାକୁ ଧୋଇଦିଅନ୍ତୁୁ । ଏହା ସହ ଆପଣ ଲେମ୍ବୁରସ ବି ମିଶାଇପାରିବେ ।
ଏଲୋଭେରା ଜେଲ୍‌କୁ ଆଇସ୍ ଟ୍ରେରେ ରଖି ଆଇସ୍ କ୍ୟୁବ୍ ପ୍ରସ୍ତୁତ କରନ୍ତୁ । ଏହି କ୍ୟୁବ୍‌କୁ ଆଖି ଏବଂ ମୁହଁରେ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଘଷନ୍ତୁ । ଏହାଦ୍ୱାରା ଆଖିର ଥକାପଣ ବି ଦୂର ହୋଇଥାଏ । ତ୍ୱଚାରେ ଚମକ ବି ଆସିଥାଏ ।
ଟ୍ୟାନିଂ ଏବଂ ବ୍ରଣ ଦୂରକରିବା ପାଇଁ କାକୁଡ଼ିରସ ସହ ଗୋଲାପଜଳ ମିଶାଇ ଆଇସ୍ କ୍ୟୁବ୍ ପ୍ରସ୍ତୁତ କରନ୍ତୁ । ଆଉ ତାକୁ ମୁହଁରେ ମସାଜ କରନ୍ତୁ । କିଛିଦିନ ଏପରି କଲେ ଫରକ୍ ନିଜେ ଜାଣିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ