ଗଠନ ହୋଇଛି ୪ଟି ପୋଲିସ ଦଳ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଏହି ହତ୍ୟାକାଣ୍ଡ ସମ୍ପର୍କରେ ଟିକିନିକି ଖବର ଜାଣିବା ପାଇଁ ଏସ୍ପି ଶ୍ରୀ ମଡ଼କର ୪ଟି ପୋଲିସ ଟିମ ଗଠନ କରିଛନ୍ତି । ଏହି ଟିମ ଯାଜପୁରର ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରୁଛି । ଏହି ହତ୍ୟାକାଣ୍ଡରେ କେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ସମ୍ପକରେ ଏହି ଟିମ ତଥ୍ୟ ଆଣିବ ବୋଲି ପୋଲିସ କହିଛି । ଏହି ୪ଟି ଟିମର ନେତୃତ୍ୱ ନେଉଛନ୍ତି ଏସ୍ପି ସନ୍ଦୀପ ସମ୍ପଦ ମଡ଼କର, ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେ, ଏସଡିପିଓ ରାଜୀବ ଲୋଚନ ପଣ୍ଡା ଓ ମହାକାଳପଡା ଥାନାଧିକାରୀ ମନୋରଞ୍ଜନ ଚୌଧୁରୀ ।


