ପାୱାର ହାଉସ ପଛପଟେ ଅଗ୍ନିକାଣ୍ଡ : ବିଦ୍ୟୁତ ସେବା ଅବ୍ୟାହତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ୧ନମ୍ବର ୱାର୍ଡ ଅନ୍ତର୍ଗତ ପାୱାର ହାଉସ ପଛପଟେ ହଠାତ କୌଣସି କାରଣରୁ ଅଗ୍ନିକୁ ଦେଖି ବିଦ୍ୟୁତ ସେବା ଅବ୍ୟାହତ ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ରବିବାର ଦିନ ସନ୍ଧ୍ୟା ସମୟରେ ପାୱାର ହାଉସ ପଛପଟେ ରହିଥିବା ବେସରକାରୀ ଜମି ଗୁଡିକୁ ଘରବାରିକରି ବିକ୍ରିକରିବା ଉଦ୍ଦେଶ୍ୟରେ କିଛି ଜମି ମାଲିକ ବା ଦଲାଲମାନେ ସେହି ଜମି ଉପରେ ଅଳିଆ ଆବର୍ଜନା ଓ ଗଛ ପତ୍ର ସବୁ ସଫେଇ କରି ସେଗୁଡିକୁ ନିଆଁ ଲଗାଇଥିଲେ । ଅତି ନିକଟରେ ଥିବା ପାୱାର ହାଉସ ଏବଂ ଉପର ଦେଇ ଯାଇଥିବା ବିଦ୍ୟୁତ ମୁଖ୍ୟ ଲାଇନ ଗୁଡିକ ଉପରେ ପ୍ରଭାବ ପଡିବା ପୂର୍ବରୁ ବିଦ୍ୟୁତ ବିଭାଗର କର୍ମଚାରୀମାନେ ବିଦ୍ୟୁତ ସରାବରହ ବନ୍ଦ କରିଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ପ୍ରାୟ ଦୁଇ ଘଣ୍ଟା ଧରି ଲାଗିଥିବା ଅଗ୍ନିକୁ ଆୟତ କରିଥିଲେ । ଘଟଣାକୁ କେନ୍ଦ୍ର କରି ସହରର କିଛି ଅଂଶରେ ପ୍ରାୟ ୨ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ବିଦ୍ୟୁସେବା ବନ୍ଦ ରହିଥିଲା । ଘଟଣା ସମ୍ପର୍କରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଅଭିଶେକ ରଥଙ୍କୁ ପଚାରିବାରେ କହିଛନ୍ତି ଯେ, ଯେଉଁ ଜମି ମାଲିକମାନେ ଏପରି ଅପରାଧ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ