ନାଟ୍ୟକାର ଆପନ୍ନା ପରିଚ୍ଛାକ ୧୪୪ତମ ଜୟନ୍ତୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମାଟିର ପ୍ରଜ୍ଞାପୁରୁଷ, ଓଡିଆ ଇତିହାସ ପୃଷ୍ଠଭୂମିର ଶ୍ରେଷ୍ଠ କିମ୍ବଦନ୍ତୀ ପୁରୁଷ ଜାତିପ୍ରାଣ ଆପନ୍ନା ପରିଚ୍ଛାଙ୍କ ୧୪୪ତମ ଜୟନ୍ତୀ ପୁରାତନ ଅନୁଷ୍ଠାନ ଆପନ୍ନା ପରିଚ୍ଛା ସ୍ମୃତି ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ଉତ୍କଳହିତୈଷିଣୀ ସମାଜ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ସ୍ୱାଗତ ସମ୍ଭାଷଣ କରିଥିଲେ ଶିକ୍ଷାବିତ୍ ଲିଙ୍ଗରାଜ ଦାଶ, ସୌଦାଗର ସିଅ ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ମୁରଲୀଧର ପରିଛା ବିବରଣୀ ପାଠ କରିଥିଲେ । ମଞ୍ଚାସୀନ ରହି ଅମ୍ଳାନ ପ୍ରତିଭାଧର ପରିଚ୍ଛାଙ୍କ ବହୁମୁଖି ପ୍ରତିଭା ଆଲୋଚନାରେ ମୁଖ୍ୟଅତିଥି ଡ. ବାୟାମନୁ ଚର୍ଚ୍ଚି, ସମ୍ମାନିତ ଅତିଥି ବିଘ୍ନେଶ୍ୱର ସାହୁ, ବିନୋଦଚନ୍ଦ୍ର ଜେନା ଏବଂ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା । ପଦ୍ମନାଭ ରଙ୍ଗାଳୟର ଏକ ସ୍ୱତନ୍ତ୍ର ଚିନ୍ତାଧାରା ଆପନ୍ନାଙ୍କ ପ୍ରଚେଷ୍ଟାରେ ନାଟ୍ୟ ଜଗତ ଓ ପରଂପରାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ