ନାଟରାଜ ଡ୍ରେସସ ରେ ଅଗ୍ନିକାଣ୍ତ, ଦୋକାନ ଭସ୍ମୀଭୂତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ଥିବା ନଟରାଜ ଡ୍ରେସେସ୍ ଦୋକାନରେ ବିଦ୍ୟୁତ୍ ସଟସାର୍କିଟ୍ ଯୋଗୁଁ ରାତି ପ୍ରାୟ ୧୨ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଦୋକାନ ଭସ୍ମୀଭୂତ ହୋଇଯାଇଛି। ଦୋକାନରେ ରହିଥିବା ଲକ୍ଷ ଲକ୍ଷ ଟଙ୍କାର ଡ୍ରେସ୍ ନିଆଁରେ ଜଳିପୋଡି ପାଉଁଶ ହେବାସହ ସମସ୍ତ ଉପକରଣ ମଧ୍ୟ ପୋଡି ଯାଇଛି। ଖବର ପାଇ ବୁଗୁଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦେକାନର ସମସ୍ତ ଗଚ୍ଛିତ ପୋଷାକରେ ନିଆଁ ଲାଗିଯାଇଥିବା ଯୋଗୁଁ ଅଗ୍ନିକାଣ୍ତ ଅତିଭୟଙ୍କର ଥିବା ଫଳରେ କୌଣସି ସାମଗ୍ରୀ ଦୋକାନରୁ ଉଦ୍ଧାର ହୋଇପାରି ନଥିଲା। ଦମକଳ ବାହିନୀର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ନିଆଁ ଆୟତ୍ତ ହୋଇଥିଲେ ମଧ୍ୟ ଦେକାନ ଏକ ପାଉଁଶ ଗଦାରେ ପରିଣତ ହୋଇଯାଇଛି । ନାଟରାଜ ଡ୍ରେସସ ବୁଗୁଡା ସହରର ସର୍ବ ପୁରାତନ ଓ ବୃହତ୍ତ ପୋଷାକ ଦୋକାନ ହୋଇଥିବା ବେଳେ ଅଗ୍ନିକାଣ୍ତରେ ସମଗ୍ର ଦୋକାନ ପୋଡି ଯାଇ ବହୁ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ