ସ୍ମାରକୀ ସ୍ୱତନ୍ତ୍ର ଡାକ ଲଫାପା ଗଞ୍ଜାମ ଜିଲ୍ଲାପାଳଙ୍କ କରକମଳରେ ଉନ୍ମୋଚିତ
ଛତ୍ରପୁର, (ଦେବଦତ୍ତ ମହାରଣା) :ଭାରତ ସରକାରଙ୍କ ପ୍ରତ୍ନତତ୍ବ ସର୍ଭେ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ଜଉଗଡ଼ ସମ୍ରାଟ ଅଶୋକଙ୍କ ଅନୁଶାସନର ଶିଳାଲିପିର ସ୍ୱାକ୍ଷର ବହନ କରୁଛି । ଏହି ଐତିହାସିକ ପୀଠର ପୁନରୁଦ୍ଧାର ତଥା ଏହାର ବିଶେଷତ୍ୱକୁ ବିଶ୍ୱ ଜନମାନସରେ ଉଜ୍ଜୀବିତ କରିବା ପାଇଁ ବ୍ରହ୍ମପୁର ଡାକ ମଣ୍ଡଳ ଦ୍ୱାରା ଏକ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯାଇଛି । ତରଣୀ କୁମାର ପଣ୍ଡାଙ୍କ ଦ୍ୱାରା ପ୍ରସ୍ତାବିତ ଓ ମୁଖ୍ୟ ମହା ଡାକପାଳ ଓଡ଼ିଶା ପରିମଣ୍ଡଳ ଶୁଭେନ୍ଦୁ କୁମାର ସ୍ୱାଇଁଙ୍କ ଦ୍ୱାରା ଅନୁମୋଦିତ ତଥା ବରିଷ୍ଠ ଡାକ ଅଧିକ୍ଷକ, ବ୍ରହ୍ମପୁର, ଗଞ୍ଜାମ ତାରିଣୀ ଚରଣ ପାଢ଼ୀଙ୍କ ପୌରୋହିତ୍ୟରେ ଛତ୍ରପୁର ମୁଖ୍ୟ ଡାକଘରଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଡାକ ଲଫାପାର ଉନ୍ମୋଚନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କିଶୋର ଚନ୍ଦ୍ର ବେହେରା (ଅଧ୍ୟକ୍ଷ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର), ସସ୍ମିତା ସାମନ୍ତରା (ଅଧ୍ୟକ୍ଷା, ଛତ୍ରପୁର ମହିଳା ମହାବିଦ୍ୟାଳୟ, ଛତ୍ରପୁର, ଡଃ. ରାଜେନ୍ଦ୍ର କୁମାର ଦାଶ, ଅଧ୍ୟକ୍ଷ, ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ, ଛତ୍ରପୁର), ଚିନ୍ମୟ କୁମାର ଦାଶ (ଅଧ୍ୟକ୍ଷ, ପ୍ରତିଭା ମହାବିଦ୍ୟାଳୟ, ଛତ୍ରପୁର), ଅନିଲ ଧୀର୍ (ବରିଷ୍ଠ ଐତିହାସିକ ତଥା ସଦସ୍ୟ ଇନ୍ଟାକ୍), ଅଜିତ୍ କୁମାର ସେଠୀ (ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ), ଯୋଗ ଦେଇଥିବା ବେଳେ ଡଃ. ପ୍ରାଣଚାନ୍ଦ ପଣ୍ଡା (ସଭାପତି ଦକ୍ଷିଣ ଓଡ଼ିଶା ଡାକଟିକଟ ସଂଗ୍ରାହକ ସଂଗଠନ) ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଜଉଗଡ଼ର ଐତିହ୍ୟ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡାକଟିକଟ ସଂଗ୍ରାହକ କାଶୀନାଥ ସାହୁ, କେ. ଭେଙ୍କଟ ରାଓ, ରମେଶ ଚନ୍ଦ୍ର ପୁରୋହିତ ସମେତ ବହୁ ସାହିତ୍ୟ ପ୍ରେମୀ, ସଂସ୍କୃତି ପ୍ରେମୀ, ଶିକ୍ଷକ, ଅଧ୍ୟାପକ, ଆଇନ୍ଜୀବି, ସମ୍ବାଦିକ, ବୁଦ୍ଧିଜୀବି ତଥା ୧ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ସହକାରୀ ଡାକ ଅଧିକ୍ଷକ ସୁଧାଂଶୁ କୁମାର ପାଢ଼ୀ ଓ ମନୋଜ କୁମାର ବେହେରା ବୈଷୟିକ ପରିଚାଳନା, ସହକାରୀ ଡାକ ଅଧିକ୍ଷକ କିରଣମାଳା ପଣ୍ଡା ଉନ୍ମୋଚନ କାର୍ଯ୍ୟକ୍ରମ ପରିଚାଳନା, ବିଜିନେସ୍ ଏକ୍ଜିକ୍ୟୁଟିଭ ଗୌରହରି ପଣ୍ଡା ମଂଚ ସଂଯୋଜନା, ଛତ୍ରପୁର ମୁଖ୍ୟ ଡାକପାଳ ଅଶ୍ୱିନୀ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଛତ୍ରପୁର ମୁଖ୍ୟ ଡାକଘରର ସମସ୍ତ କର୍ମଚାରୀଙ୍କ ସମେତ ଶ୍ରୀରାମଚନ୍ଦ୍ରପୁର ଏ.ବି.ପି.ଏମ୍. ପି. କୁର୍ମେୟା ପ୍ରମୁଖ ସହଯୋଗ କରିଥିଲେ । ଗୀତିକାର ପିତାମ୍ବର ପାତ୍ର ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରିଥିଲେ ।


