ଭଞ୍ଜନଗରରେ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ବଡକୋଦଣ୍ଡା ନିକଟସ୍ଥ ଚିଦାନନ୍ଦ କୁଷ୍ଠ ରୋଗୀ ରିଲିଫ୍ କେନ୍ଦ୍ରରେ ମହାରାଷ୍ଟ୍ର ପୁନେ ସ୍ଥିତ ପ୍ରବାସୀ ଓଡିଆଙ୍କ ବେସରକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ ହେପିନେସ ଫାଉଣ୍ଡେସନ ତରଫରୁ ଏକ ସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜନ କରାଯିବ ସହ ଅନ୍ତେବାସୀମାନଙ୍କୁ ରନ୍ଧା ଖାଦ୍ୟ ଏବଂ ହାଇଜିନ କିଟ ବଣ୍ଟନ କରାଯାଇଛି I ଏତଦବ୍ୟତୀତ ଧ୍ୟାନ ,ପ୍ରାଣାୟାମ ଆଦି କରିବା ନିମିତ୍ତ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଛି I କୁଷ୍ଠ ଏକ ସଂକ୍ରାମକ ରୋଗ ନୁହେଁ ଏହାକୁ ଉତ୍ତମ ପରିଷ୍କାର ପରିଛନ୍ନତା ଅଭ୍ୟାସ ସହ ନିୟମିତ ଔଷଧ ସେବନ କରିବା ଏବଂ ଧ୍ୟାନ, ପ୍ରାଣାୟାମ ଆଦି ବଳରେ ମାନସିକ ଶାନ୍ତି ପାଇବା ସହ ଦୂରାଯାଇପାରିବI ଏଥି ନିମିତ୍ତ ଅନୁଷ୍ଠାନର ସଦସ୍ୟମାନଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବା ସହ ହେଲଥ ଓ ସାଇଟାଇଜେସନ କିଟ ବଣ୍ଟନ କରାଯାଇଥିଲା I ଅନୁଷ୍ଠାନର ସଭାପତି ସୌମ୍ୟରଞ୍ଜନ ମହାପାତ୍ର ସଦସ୍ୟ ଅଖିଳ ମୋହନ ପ୍ରଧାନ, ବଦ୍ରିନାରାୟଣ ପାତ୍ର,ସୁଦାମ ଦଳବରା ,ସୁଧାଂଶୁ ,ସଦସ୍ୟା ପ୍ରଣତି ସାବତ, ସନ୍ଧ୍ୟାରାଣି ପାଢ଼ୀ ଏବଂ ଓଡିଶା ସଂଯୋଜକ ତ୍ରିନାଥ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଶେଷରେ ସମସ୍ତଙ୍କୁ ନେଇ ନାମ ସଂକିର୍ତ୍ତୀନ କରାଯାଇଥିଲା I ପ୍ରତି ମାସରେ ଥରେ ଲେଖାଁଏ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ କୁଷ୍ଠ ରୋଗୀଙ୍କୁ ହାଇଜିନ କିଟ ବଣ୍ଟନ ସହ ଖାଦ୍ୟ,ବସ୍ତ୍ର ପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯିବା ଲକ୍ଷ୍ୟ ରଖାଯାଇଥିବା ସଭାପତି ଶ୍ରୀ ମହାପାତ୍ର ଏହି ଅବସରରେ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ