ଶ୍ରେଷ୍ଠ ସିଡିପିଅ ରୁପେ ଗଞ୍ଜାମ ସିଡ଼ିପିଓ ସଲିଳା ପ୍ରଧାନ ସମ୍ମାନିତ
ଗଂଜାମ, (ବିନୋଦ ପଲାଇ) :ଗଞ୍ଜାମ ଜିଲ୍ଲାପ୍ରଶାସନ ତରଫରୁ ଶ୍ରେଷ୍ଠ ସିଡ଼ିପିଓ ରୂପେ ଗଂଜାମ ସିଡ଼ିପିଓ ସଲିଳା ପ୍ରଧାନ ସମ୍ମାନିତ ହୋଇଛନ୍ତି । ଆନ୍ତଜାତୀୟ ମହିଳା ଦିବସ ଅବସରରେ ଛତ୍ରପୁରଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ,ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଲିନା କୁମାରୀ ଖେସ ଯୋଗଦେଇ ସିଡ଼ିପିଓ ପ୍ରଧାନଙ୍କୁ ତାଙ୍କର କାର୍ଯ୍ୟ ଦକ୍ଷତା , ବାଲ୍ୟ ବିବାହ ବନ୍ଦ କରିବା, ଭ୍ରୁଣ ହତ୍ୟା ରୋକିବା, କୋଭିଡି ସମୟରେ କରିଥିବା କାର୍ଯ୍ୟ ଏବଂ ମିଶନ ଶକ୍ତି ଓ ସମ୍ମନିତ ଶିଶୁ ବିକାଶ ବିଭାଗର ସମସ୍ତ କାର୍ଯ୍ୟକୁ ସୁଚାରୁ ରୁପେ ସମ୍ପାଦନା କରିବା ନେଇ ମାନପତ୍ର, ଟ୍ରଫି, ଉପଢୌକନ ଓ ପାଞ୍ଚହଜାର ଟଙ୍କା ପଦାନ କରି ସମ୍ମାନିତ କରିଥିଲେ । ଏହି ସମ୍ମାନ ସୁପରଭାଇଜର ଓ ଅଙ୍ଗନାବାଡି କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ବୋଲି ସିଡ଼ିପିଓ ପ୍ରଧାନ କହିଛନ୍ତି । ଏହି ସମ୍ମାନ ପାଇବା ପରେ ଗଞ୍ଜାମ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ , ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟଙ୍କ ସହ ସମସ୍ତ କର୍ମଚାରୀ,ଅଙ୍ଗାନାବାଡ଼ିକର୍ମୀ ଲୋକପ୍ରତିନିଧି, ସାମ୍ବାଦିକ, ଶୁଭେଛୁ ଓ ବିଭିନ୍ନ ବର୍ଗର ଲୋକେ ଶୁଭେଚ୍ଛା ଜଣାଇଛନ୍ତି ।


