କେସି ଇଲେଭେନ ତରଫରୁ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ସ୍ଥାନୀୟ ଗୋସାଇଁନୂଆଗାଁ କେସି ହାଇସ୍କୁଲ ଖେଳ ପଡିଆ ଠାରେ କେସି ଇଲେଭେନ ତରଫରୁ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା ମିଡ଼ିଆ ଏକାଦଶ ବନାମ କେସି କ୍ଲୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ମିଡ଼ିଆ ଇଲେଭେନ ଅଧିନାୟକ ଚିରଞ୍ଜିତ ରାଜଗୁରୁ ଟସ ଜିତି ବୋଲିଙ୍ଗର ନିଷ୍ପତ୍ତି ନେଇଥିଲେ l କେସି କ୍ଲୁବ ନିର୍ଦ୍ଧାରିତ ୧0 ଓବର ମ୍ୟାଚ ଖେଳି ଗୋଟିଏ ଉଇକେଟ ହରାଇ ୧୫୪ ରନ କରିଥିଲେ l ଦଳ ପକ୍ଷରୁ ବିଜୟ ପଟ୍ଟନାୟକ ସର୍ବାଧିକ ୫୨ ରନ କରିଥିଲେ l ମିଡ଼ିଆ ଇଲେଭେନ ତରଫରୁ ବୋଲିଙ୍ଗରେ ମନୋଜ ପଣ୍ଡା ୨ ଓବର ପକାଇ ଗୋଟିଏ ଉଇକେଟ ଅକ୍ତିହାର କରିଥିଲେ l ଜବାବରେ ମିଡ଼ିଆ ଇଲେଭେନ ୪ ଉଇକେଟ ହରାଇ ୧୪0 ରନ କରିଥିଲେ l ଦଳ ପକ୍ଷରୁ ଗୋପାଳ ରେଡ୍ଡୀ ୪୫ ରନ, ସାଗର ୨୫ ରନ ଓ ମନୋଜ ୧୫ ଓ ସୀତାରାମ ୧୪ ରନ କରିଥିଲେ l ଓ ପ୍ରହ୍ଲାଦ ସାହୁ ଗୋଟିଏ ବଲ ଖେଳି ୪ ରନ କରିଥିଲେ l ଏହି ମ୍ୟାଚକୁ କେସି କ୍ଲୁବ ୧୪ ରନ ରେ ମ୍ୟାଚ ବିଜୟ ଲାଭ କଲା l ମିଡ଼ିଆ ଇଲେଭେନ ତରଫରୁ ମ୍ୟାନ ଅଫ ଦା ମ୍ୟାଚ ଭାବେ ଗୋପାଳ ରେଡ୍ଡୀ ବେବେଚିତ ହୋଇଥିଲେ l


