ଜିଲ୍ଲା ପରିଷଦ ସଭାପତି ଓ ସଭ୍ୟମାନେ ଶପଥ ନେଲେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ଶେଷ ହେବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ନବ ନିର୍ବାଚିତ ସଭାପତି ଗୀତାଞ୍ଜଳି ସେଠୀଙ୍କ ସମେତ ଜିଲ୍ଲାର ସମସ୍ତ ନବ ନିର୍ବାଚିତ ୩୨ଜଣ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାଙ୍କୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ତଥା ନିର୍ବାଚନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ(ପ୍ରଶାସନ) ମନ୍ଦରଧର ମାହାଳି, ନିର୍ବାଚନ ଦାୟୀତ୍ୱରେ ଥିବା ବରିଷ୍ଠ ରାଜସ୍ୱ ସହକାରୀ ପ୍ରସନ୍ନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


