ଷଡଙ୍ଗ ହାଇସ୍କୁଲରେ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ରାମବିକ୍ରମ ହାଇସ୍କୁଲ ଷଡଙ୍ଗର ତିନିଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥିଲାଗି ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବୃନ୍ଦାବନ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୁର୍ଣ୍ଣଚନ୍ଦ୍ର ସେଠୀ, ମୁଖ୍ୟ ବକ୍ତା ଭାବେ ଓଷ୍ଟାର ଉପଦ୍ଦେଷ୍ଟା ଶାନ୍ତନୁ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ପୁର୍ବତନ ବ୍ଲକ ଶିକ୍ଷା ଅଧିକାରୀ ସୁରଥ କୁମାର ସାହୁ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ କୁମାର ଜେନା, ଓଷ୍ଟାର ବ୍ଲକ ସଭାପତି ଶିଶିର କୁମାର ବିଶ୍ୱାଳ, ସିଆରସିସି ବିଜୟ କୁମାର ସା, ଷଡଙ୍ଗ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ସମିତିସଭ୍ୟା ପଦ୍ମାଳୟା ଜେନା ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ଶିକ୍ଷକ ନାରାୟଣ ପାତ୍ର, ନୃଷିହଂ ଚରଣ ପଣ୍ଡା ଓ ଶିକ୍ଷୟତ୍ରୀ ଜୟନ୍ତୀ ଦାଶଙ୍କ କର୍ମମୟ ଜିବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗଜେନ୍ଦ୍ର କୁମାର ସେଠୀ ଓ ଅନିଲ କୁମାର ସା ମଞ୍ଚ ସଂଯୋଜନା କରିଥିବାବେଳେ ଶିକ୍ଷକ ରବିନ୍ଦ୍ର କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ଅଜୟ କୁମାର ଜେନା, ବର୍ଷାରାଣୀ ଜେନା, ଲୋକନାଥ ଦାସ, ସ୍ୱର୍ଣ୍ଣମଞ୍ଜରୀ ସାହା, ଆଲୋକ କୁମାର ଦାସ, ଅହଲ୍ୟା ଲେଙ୍କା, ରତିକାନ୍ତ ପଣ୍ଡା, ମଧୁସ୍ମିତା ପହି, ସୁମନ୍ତ କୁମାର ଦାସ, ଜଗବନ୍ଧୁ ପଢ଼ିଆରୀ, କୃଷ୍ଣ ଚନ୍ଦ୍ର ମିଶ୍ର ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଉତ୍ସବରେ ଆଖପାଖ ଅଞ୍ଚଳର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ ।


