ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପିଏମଟିପିଟି କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) : ଭାରତରେ ଯକ୍ଷ୍ମା ରୋଗର ସଂକ୍ରମଣ ହାର ସାରା ବିଶ୍ୱରେ ପ୍ରଥମ । ଏହି ସଂକ୍ରମଣ କମାଇବା ତଥା ୨୦୨୫ ସୁଦ୍ଧା ଯକ୍ଷ୍ମା ମୁକ୍ତ ଭାରତ କରିବା ପାଇଁ ଭାରତ ସରକାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତ. ମାଗଣା ଯକ୍ଷ୍ମା ପରିକ୍ଷା ଓ ଚିକିତ୍ସା ତଥା ପ୍ରତିରୋଧକ ପନ୍ଥା ଅବଲମ୍ବନ କରାଯାଇଛି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂଂକ୍ରମିତ ବ୍ୟକ୍ତିଙ୍କ ଠାରୁ ପରିବାର ସଂକ୍ରମଣକୁ ରୋକିବା ନିମନ୍ତେ ପିଏମଟିପିଟି ଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ସଭାଗୃହ ରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ଛତ୍ରପୁର ବ୍ଲକରେ କାର୍ଯରତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ମହିଳା ସ୍ୱାସ୍ଥ୍ୟକର୍ମୀ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ଅଂଶ ଗ୍ରହଣ କରିଥିଲେ । ଯକ୍ଷ୍ମା ଜ୍ୟେଷ୍ଠ ଚିକିତ୍ସା ପରିଦର୍ଶକ ପ୍ରଭାତ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ସିମାଂଚଳ ପ୍ରଧାନ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ସଫଳତା ସହ ସମ୍ପାଦନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ଅମ୍ବିକା ପ୍ରସାଦ ଚୈାଧୂରୀ, ଟିବି ଚାମ୍ପିୟାନ ମୁନା ବେହେରା ପରିଚାଳନା କରିଥିଲେ ।