ବିଜେଡି ନଗରପାଳ ପ୍ରାର୍ଥୀ ସରିତାଙ୍କ ବିରାଟ ମହିଳା ସମାବେଶ : ରୋଡଶୋ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତିକି ଉସ୍ମ ହେବାରେ ଲାଗିଛି । ଏହି ଅବସରରେ ବିଜୁ ଜନତାଦଳରୁ ନଗରପାଳ ପ୍ରାର୍ଥୀ ହୋଇଥିବା ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ କୁମାର ସାହୁଙ୍କ ପତ୍ନୀ ସରିତା ସାହୁ ତାଙ୍କର ମାରାଥନ ନିର୍ବାଚନୀ ପ୍ରଚାର ଚଳାଇଥିବା ଦେଖାଯାଇଛି । ପୈାରାଞ୍ଚଳର ୧ନମ୍ବର, ୨ନମ୍ବର ଓ ୩ନମ୍ବର ୱାର୍ଡରେ ଶ୍ରୀମତୀ ସାହୁ ରୋଡଶୋ କରିବା ସହିତ ୩ନମ୍ବର ୱାର୍ଡରେ ଏକ ମହିଳା ସମାବେଶରେ ଯୋଗଦେଇ ୱାର୍ଡର ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଜନସାଧାରଣଙ୍କ ସେବାକୁ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି । ଏତଦବ୍ୟତିତ ପୈାରାଞ୍ଚଳର ୧୭ନମ୍ବର ୱାର୍ଡରେ ଅନୁଷ୍ଠିତ ଏକ ବିରାଟ ମହିଳା ସମାବେଶରେ ନଗରପାଳ ପ୍ରାର୍ଥୀନୀ ଶ୍ରୀମତୀ ସାହୁ ଯୋଗଦେଇ ରାଜ୍ୟର ସର୍ବପୁରାତନ କେନ୍ଦ୍ରାପଡା ପୈାରସଂସ୍ଥାର ସର୍ବାଙ୍ଗିନ ବିକାଶ ପାଇଁ ସେ ଶଙ୍କଳ୍ପବଦ୍ଧ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଓ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ବିକାଶ ମୂଳକ କାର୍ଯ୍ୟକୁ ଆଧାର କରି ସେ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି । ଏହି ରୋଡଶୋ ଏବଂ ମହିଳା ସମାବେଶରେ ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ରୋସ୍ନା ସାହୁ, ନଗର ବିଜେଡି ମହିଳା ସଭାନେତ୍ରୀ ସ୍ୱୟଂପ୍ରଭା କର, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି, ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ କୁମାର ସାହୁ ପ୍ରମୁଖ ଯୋଗଦେଇ ନଗରପାଳ ପ୍ରାର୍ଥୀ ଶ୍ରୀମତୀ ସାହୁଙ୍କୁ ଆଗାମୀ ନିର୍ବାଚନରେ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ପୈାରାଞ୍ଚଳର ୨୧ଟି ଯାକ ୱାର୍ଡରେ ଅନୁଷ୍ଠିତ ହେଉଥିବା ବିଜେଡି ନଗରପାଳ ପ୍ରାର୍ଥୀ ସରିତା ସାହୁଙ୍କ ରୋଡଶୋ ଏବଂ ସମାବେଶରେ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ସାମିଲ ହେବା ଘଟଣା ବିରୋଧୀଙ୍କ ଆଖିରୁ ନିଦ ହଜାଇ ଦେଇଛି । ଦଳବଳ ନିର୍ବିଶେଷରେ ସରିତାଙ୍କ ପ୍ରତି ଜନସମର୍ଥନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ