କାଶୀନଗର ଏନ୍‌ଏସି ନିର୍ବଚନ : ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ଏନ୍‌ଏସି ନିର୍ବାଚନ ପାଇଁ ଚୂଡାନ୍ତ ତାଲିକା ପ୍ରକାଶିତ ହୋଇଛି । ଅଧ୍ୟକ୍ଷା (ମହିଳା) ପଦବୀ ପାଇଁ ୨ଜଣ ନିର୍ବାଚନ ଦୌଡରେ ରହିଥିବା ବେଳେ କାଉନସିଲ ନିମନ୍ତେ ୧୯ ଜଣ ରହିଛନ୍ତି । ଏନ୍‌ଏସିର ୧୩ଗୋଟି ୱାର୍ଡ ମଧ୍ୟରୁ ୪ଗୋଟି ୱାର୍ଡରେ ବିଜେଡିର ପ୍ରାର୍ଥୀ ନିଦ୍ୱର୍ନ୍ଦରେ ଥିବାର ଜଣାପଡିଛି । ଦଳୀୟ ଚିହ୍ନ ଅନୁଯାୟୀ ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକା ପ୍ରକାରେ ଅଧ୍ୟକ୍ଷା (ମହିଳା) ପାଇଁ ମେଡିବୋଇନା ସୁଧାରାଣୀ (ଶଙ୍ଖ) ଓ କୋରିକାନା ଦିୱା (ପଦ୍ମ) ବୋଲି ଜଣାପଡିଛି । ଅଧ୍ୟକ୍ଷା ପଦବୀ ପାଇଁ ମୋଟ ୭ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ୫ଜଣ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ସେହିପରି ୧୩ଗୋଟି ୱାର୍ଡ ଯଥା ୱାର୍ଡ ନଂ. ୧ରେ ସିର୍ଲା ଝାନ୍ସୀ(ଶଙ୍ଖ) ଓ ଆଲଡା ଜୟସୁଧା (ପଦ୍ମ) ୱାର୍ଡ ନଂ. ୨ରେ ସିର୍ଲା ଉର୍ବଶୀ (ଶଙ୍ଖ), ସାଂକିଲୀ ଝାନ୍ସିରାଣୀ (ପଦ୍ମ), ସିର୍ଲା ମମତା (ହାତ), ୱାର୍ଡ ନଂ. ୩ରେ ତାଲାଡା ଜଗନ୍ନାଥ ରାଓ (ଶଙ୍ଖ), ୱାଡାଡି ଚେଲାପତି ରାଓ (ପଦ୍ମ), ୱାର୍ଡ ନଂ. ୪ରେ ଓମି ରାଜୁଲୁଆମ୍ମା (ଶଙ୍ଖ) କେବଳ ଜଣେ ପ୍ରାର୍ଥୀନୀ, ୱାର୍ଡ ନଂ. ୫ରେ ପୋଲାକି ଆପ୍ପାରାଓ (ଶଙ୍ଖ), କୋରିକାନା ରାଜେଶ (ହାତ), ୱାର୍ଡ ନଂ. ୬ରେ ଜୟସୁଧା ନାୟକ(ଶଙ୍ଖ), ଗୁଡିଆ କନ୍ୟାକୁମାରୀ ସାହୁ(ପଦ୍ମ), ୱାର୍ଡ ନଂ. ୭ରେ ଲୋପିଣ୍ଟି ରାଜୁମା(ଶଙ୍ଖ), ସିରିଲା କ୍ରିଷ୍ଣାବେଣୀ(ପଦ୍ମ), ୱାର୍ଡ ନଂ. ୮ରେ କଳିଙ୍ଗପାଟଣା ଜୀବରତ୍ନ (ଶଙ୍ଖ), ସୁଣ୍ଡି ଭାଗ୍ୟବତୀ(ପଦ୍ମ), ୱାର୍ଡ ନଂ. ୯ରେ କଟିକି ରାମାରାଓ (ଶଙ୍ଖ) କେବଳ ଜଣେ ପ୍ରାର୍ଥୀ), ୱାର୍ଡ ନଂ. ୧୦ରେ ବୋଡାଲା ବିମଳାଆମ୍ମା(ଶଙ୍ଖ) କେବଳ ଜଣେ ପ୍ରାର୍ଥୀନୀ, ୱାର୍ଡ ନଂ. ୧୧ରେ ରଘୁରାମ ସାହୁ(ଶଙ୍ଖ), ଦାଶିରିଙ୍ଖି ରାମାରାଓ (ପଦ୍ମ), ୱାର୍ଡ ନଂ. ୧୨ରେ ତାରିଣୀ ଶବର(ଶଙ୍ଖ) କେବଳ ଜଣେ ପ୍ରାର୍ଥୀ, ୱାର୍ଡ ନଂ. ୧୩ରେ ଲକ୍ଷ୍ମୀ ଗଙ୍ଗା (ପଦ୍ମ) ଏପରି ଭାବେ ମୋଟ ୧୩ଗୋଟି ୱାର୍ଡରେ ପ୍ରାର୍ଥୀ/ପ୍ରାର୍ଥୀନୀ ନିର୍ବାଚନ ମଇଦାନରେ ରହିଛନ୍ତି । ତେବେ ୪ଗୋଟି ୱର୍ଡରେ ବିଜେଡିର ଯଥା ୱାର୍ଡ ନଂ. ୪ରେ ଓମି ରାଜୁଲୁଆମ୍ମା, ୱାର୍ଡ ନଂ. ୯ରେ କଟିକି ରାମାରାଓ, ୱାର୍ଡ ନଂ. ୧୦ରେ ବୋଡାଲା ବିମଳାଆମ୍ମା ଓ ୱାର୍ଡ ନଂ. ୧୨ରେ ତାରିଣୀ ଶବର କାଉନସିଲର ପ୍ରାର୍ଥୀମାନେ ନିଦ୍ୱନ୍ଦରେ ରହିଥିବାର ଜଣାପଡିଛି । ୧୩ଗୋଟି ୱାର୍ଡ ନିମନ୍ତେ ମୋଟ ୫୨କାଉନସିଲର ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ପ୍ରତ୍ୟାହାରର ଶେଷ ଦିବସ ସୁଦ୍ଧା ୨୯ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ