ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥୀନୀଙ୍କ ସମେତ କାଉନସିଲର ପ୍ରାର୍ଥୀ/ପ୍ରାର୍ଥୀନୀଙ୍କୁ ଗୁରୁମନ୍ତ୍ର ଦେଲେ ଡ.ତିରୁପତି ପାଣିଗ୍ରାହୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆଗାମୀ ପୌର ନିର୍ବାଚନ ନିମନ୍ତେ ଓ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ହାତମୁଠା କୁ ଟାଣ କରିବା ଉଦ୍ଧେଶ୍ୟ ରେ ଆଜି ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥୀନୀଙ୍କ ସମେତ ସମସ୍ତ ୱାର୍ଡର କାଉନସିଲର ପ୍ରାର୍ଥୀ/ପ୍ରାର୍ଥୀଙ୍କୁ ଡ.ତିରୁପତି ପାଣିଗ୍ରାହୀ ଗୁରୁମନ୍ତ୍ର ଦେଇଥିବାର ଜଣାପଡିଛି । ପାରଳାଖେମୁଣ୍ଡି ରାମନଗର ସ୍ଥିତ ହାଇଟେକ ପ୍ଲାଜା ଠାରେ ବିଜୁ ଜନତା ଦଳ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବରିଷ୍ଟ ନେତା ତଥା ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ , ପୌରପାଳିକା ଅଧ୍ୟକ୍ଷା ପ୍ରାର୍ଥୀନୀ ନିର୍ମଲା ସେଠି, ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ , ବରିଷ୍ଠ ନେତାଭରତ ଭୂଷଣ ମହାନ୍ତି ପ୍ରମୁଖ ଉପସ୍ଥିତିରେ ପୌରପରିଷଦର ସମସ୍ତ ୱାର୍ଡର କାଉନସିଲର ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ