ଫଗୁ ଦଶମୀ ଉପଲକ୍ଷେ ବସନ୍ତ ମହୋତ୍ସବ ଓ ବନ୍ଧୁମିଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରାଧାକୃଷ୍ଣ ଫାଉଣ୍ଡେସନ ଆନକୁଲ୍ୟରେ ଫଗୁ ଦଶମୀ ଉପଲକ୍ଷେ ବସନ୍ତ ମହୋତ୍ସବ ଓ ବନ୍ଧୁମିଳନ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବନ୍ଧୁମିଳନ ମହୋତ୍ସବରେ ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ଦାସ ଉଦ୍‌ଘାଟକ, ପୂର୍ବତନ କୁଳପତି ଓ ବିଶିଷ୍ଟ ଅର୍ଥନୀତିଜ୍ଞ କୁମରବର ଦାସ ମୁଖ୍ୟ ଅତିଥି ଓ ଅବରପ୍ରାପ୍ତ ପ୍ରାଧ୍ୟାପିକା ଶ୍ରୀମତୀ ସ୍ୱର୍ଣ୍ଣଲତା ପରିଡ଼ା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଏଭଳି ସାଂସ୍କୃତିକ ମହୋତ୍ସବର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଫାଉଣ୍ଡେସନର ଅନ୍ୟତମ ଉପଦେଷ୍ଟା ତଥା ସିନେକ୍ରିଟିକ ଆସୋସିଏସନର ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ ହାଲି ସ୍ୱାଗତ ଭାଷଣ ଦେଇଥିବା ବେଳେ ଫାଉଣ୍ଡେସନର ଆବାହକ ରବି ବେହେରା ବସନ୍ତ ମହୋତ୍ସବର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଉପରେ ବିଶେଷ ଆଲୋକପାତ କରିଥିଲେ । ସୃଜନୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହାର ଛାତ୍ରଛାତ୍ରୀମାନେ ରାଧାକୃଷ୍ଣଙ୍କ ଉପରେ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପୋଲିସ୍ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ ଆଇ.ପି.ଏସ୍‌, ଯାଦବ ମହାସଭାର ଜାତୀୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ, ଭୁବନେଶ୍ୱର ଯାଦବ ମହାସଭାର ସଭାପତି ସରୋଜ ବେହେରା, ସ୍ତମ୍ଭକାର ଅମିୟ ପାଣ୍ଡବ, ସାହିତ୍ୟିକ ଅମିତାଭ ଖିଲାର, ସାମାଜିକ ନ୍ୟାୟ ଆନ୍ଦୋଳନର ପଞ୍ଚାନନ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ରାଧାକୃଷ୍ଣ ଫାଉଣ୍ଡେସନର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହିତ ରାଜଧାନୀରେ ବସନ୍ତ ମହୋତ୍ସବର ଗୁରୁତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ବନ୍ଧୁମିଳନ ମହୋତ୍ସବରେ ଭୁବନେଶ୍ୱର ମେୟର ପ୍ରାର୍ଥନୀ ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ବସନ୍ତ ମହୋତ୍ସବର ଗୁରୁତ୍ୱ ଉପରେ ବିଶେଷ ଆଲୋକପାତ କରିବା ସହିତ ରାଧାକୃଷ୍ଣ ପାଉଣ୍ଡେସନର ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ମେୟର ପ୍ରାର୍ଥିନୀ ଶ୍ରୀମତୀ ଦାସଙ୍କୁ ଫାଉଣ୍ଡେସନ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ରାଜଧାନୀରେ ପ୍ରଥମଥର ପାଇଁ କରୋନା ସଂକ୍ରମଣ ପରେ ଆୟୋଜିତ ଏହି ସାଂସ୍କୃତିକ ବନ୍ଧୁମିଳନରେ ରାଜଧାନୀର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସଂସ୍କୃତିପ୍ରେମୀ ଯୋଗଦେଇ ଅବିରର ରଙ୍ଗରେ ନିଜକୁ ରଙ୍ଗେଇ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଦୀପକ କୁମାର ଦାସ, ଚାଷୀନେତା ବିଜୟ ବେହେରା, ଯୁବନେତା ସଞ୍ଜୟ ନାୟକ, ବରିଷ୍ଠ ରାଜନେତା ସୁଦର୍ଶନ ପ୍ରଧାନ, ଅରୁଣ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ପ୍ରଥମଥର ପାଇଁ ରାଜଧାନୀରେ ବସନ୍ତ ମହୋତ୍ସବ ଆରମ୍ଭ ହୋଇଥିବାରୁ ସମସ୍ତେ ଆନନ୍ଦ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହି ସାଂସ୍କୃତିକ ଆନ୍ଦୋଳନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ । ଆଗାମୀ ଦିନରେ ରାଧାକୃଷ୍ଣ ଫାଉଣ୍ଡେସନ ପକ୍ଷରୁ ଗ୍ରାମାଞ୍ଚଳରେ ଲୋପ ପାଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ବାଡ଼ିଖେଳ, ଲଉଡ଼ି ଖେଳ, ଓଗାଳ ଓ ରାମତାଳି ପ୍ରବଚନ ଆୟୋଜନ କରାଯିବା ପାଇଁ ଉଦ୍ୟମ କରାଯିବ ବୋଲି ସଂଗଠକମାନେ ପ୍ରକାଶ କରିଥିଲେ । ରାଜ୍ୟ ସରକାର ଲୋପ ପାଉଥିବା ଏହି ଲୋକକଳାକୁ କିଭଳି ପ୍ରୋତ୍ସାହନ ଯୋଗାଇଦେବେ, ସେ ସମ୍ପର୍କରେ ରାଜ୍ୟ ସଂସ୍କୃତି ବିଭାଗର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ବେହେରା ମତ ଦେଇଥିଲେ । ଶେଷରେ ଆଡ଼ଭୋକେଟ ଅକ୍ଷୟ ପ୍ରସାଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ