ଗୁମ୍ମାରେ ଏମଡ଼ିଏମ୍ ଚାଉଳ ପୁକଡ଼ା ଓଜନରେ ଅନିୟମିତତା ନେଇ ଅଭିଭାବକଙ୍କ ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ବିଇଓ ଅଫିସ ସାମ୍ନାରେ ପିଲାଙ୍କୁ ପୁକଡ଼ାଚାଉଳ ଓ ଓଜନରେ ଜାଲିଆତି ଅଭିଯୋଗ। ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉଥିବା ବେଳେ ଅନେକ ସମୟରେ ଠକାମୀର ଶିକାର ହେଉଛନ୍ତି ଏଠାକାର ଜନସାଧାରଣ। ସୂଚନା ଅନୁସାରେ ସରକାରଙ୍କ ନୂଆ ନିୟମ ଅନୁସାରେ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ(ଏମଡ଼ିଏମ୍) ବଦଳରେ ପରିମାଣ ଅନୁସାରେ ଚାଉଳ ଡାଲି ପ୍ରଦାନ କରାଯିବ।ସରକାର ପିଲାଙ୍କ ଶାରୀରିକ ଓ ମାନସିକ ବୃଦ୍ଧି ପାଇବା ସହ ପିଲାଙ୍କ ପାଠପଢା ପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି କହିଛନ୍ତି। ହେଲେ ସମବାର ସରକାରୀ ବିଦ୍ୟାଳୟ ଗୁମ୍ମା ଠାରେ ପିଲାଙ୍କ ଅଭିଭାବକଙ୍କୁ ଏମଡ଼ିଏମ୍ ଚାଉଳ ଦିଆଯାଇଥିଲା। ଚାଉଳରେ ପୁକ ଓ ଚାଉଳରେ ଲୁଳ ଦେଖିବାକୁ ମିଳିବା ସହ ଓଜନ ଅନୁସାରେ ଚାଉଳ ନଦେଇ ଆନୁମାନିକ ପ୍ଲାଷ୍ଟିକ ଡ଼ବାରେ ଦିଆଯାଇଛି। ଏନେଇ ଅଭିଯୋଗ କରିଥିଲେ ମଧ୍ୟ ଶିକ୍ଷକ ଜିତେନ୍ଦ୍ର ପାଣି ଏହାକୁ ମିଲିଙ୍ଗ କରି ବ୍ୟବହାର କରିବାକୁ କହିଥିଲେ। ହେଲେ ମଙ୍ଗଳବାର ଶତାଧିକ ଅଭିଭାବକ ପ୍ରଦୀପ କୁମାର ଦଳାଇ, ଭବାନି ଶଙ୍କର ପାଇକ,ପ୍ରମୋଦ ପାଇକ,ଦୀପିକା ପାଇକ,ସରୋଜନୀ ପାଇକ,କୁନି ପାଇକ,ଗେଲିତା ଶବର,ମିତା ଶବର,ଆରତୀ ରଇତ ଓ ରୁବି ଗମାଙ୍ଗ ପୁକଡ଼ା ଚାଉଳ ଫେରସ୍ତ କରିବା ସହ ନୂତନ ଚାଉଳ ଦେବାକୁ ଦାବି କରିଥିଲେ। ଏଠାରେ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି ଯେ ଏହି ଖରାପ ଚାଉଳକୁ ଦାୟିତ୍ବରେ ଥିବା ଅଧିକାରୀ ମାନେ ଜାଣିଶୁଣି ଦେଉଥିଲେ କି? କୌଣସି ପିଲା ପରିସ୍ଥିତିରେ ପଡ଼ି ଏହି ପଚା ଚାଉଳକୁ ଖାଇଲା ପରେ ପିଲାଙ୍କ ମୃତ୍ୟୁ ହେଲେ ଏହା ପାଇଁ କିଏ ଦାଇ ବୋଲି? ପ୍ରଶ୍ନବାଛି ସୃଷ୍ଟି ହୋଇଛି। ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପସ୍ଥିତରେ ଖରାପ ଚାଉଳ ପେରସ୍ତ କରି ଭଲ ଚାଉଳ ଦିଆଯାଇଛି। କହିବାକୁ ଗଲେ ବଡ଼ ଏକ ବିପଦରୁ ଉଦ୍ଧାର କରାଯାଇଛି ବୋଲି ଅଭି ଭାବକ ମାନେ କହିଛନ୍ତି।ଏନେଇ ବିଇଓ ନୟନ ରଞ୍ଜନ ମଣ୍ଡଳ କହିଛନ୍ତି ଏହାର ତଦନ୍ତ କରାଯିବ ଅବହେଳିତ ଅଧିକାରୀଙ୍କ ବିରଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


