ପ୍ରଫେସର ପ୍ରକାଶ ଚନ୍ଦ୍ର ସାମଲଙ୍କ ବିୟୋଗରେ ଶୋକ  

ପାରାଲାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପୂବର୍ତନ୍ ପ୍ରଫେସର ତଥା ଏସ୍ କେ ସି ଜି ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମଲ (୭୭)ଙ୍କ ବିୟୋଗରେ ଶୋକ ବ୍ୟକ୍ତ କରାଯାଇଛି । ପ୍ରଫେସରସ୍ବର୍ଗତ ସାମଲଙ୍କ ନିଧନରେ ଜଣେ ଦୃଷ୍ଟାନ୍ତମୂଳକ ବ୍ୟକ୍ତିତ୍ୱ ହରାଇଲା ବୋଲି ମତ ପ୍ରକାଶ ପାଇଛି । ପ୍ରଫେସର ପ୍ରକାଶ ଚନ୍ଦ୍ର ସାମଲ ସେ ଅସୁସ୍ଥତା ଅନୁଭବ କରି ସୋମବାର ଅପରାହ୍ନରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା . ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ହୃଦଘାତରେ ନିଶ୍ୱାସ ହରାଇଥିଲେ। ସେ ରସାୟନ ବିଜ୍ଞାନରେ ରିଡର୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ପାରାଲାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦଯାଳୟରେ  ଦାୟିତ୍ୱରେ ଥିବା ପ୍ରିନ୍ସିପାଲ୍ ଭାବରେ କାର୍ଯ୍ୟ କରିଥିଲେ | ତାଙ୍କର ଅକାଳ ବିୟୋଗ ଏସ୍ କେ ସି ଜି ମହାବିଦ୍ୟାଳୟର  ସମସ୍ତ ଶିକ୍ଷକ କର୍ମଚାରୀଙ୍କୁ ଚକିତ କଲା | ତାଙ୍କ ଦେହାନ୍ତରେ ପ୍ରିନ୍ସପାଲ ଭଜନ ବେହେରା, ପ୍ରଫେସର ଡ. ଜିତେନ୍ଦ୍ର ନାଥ ପଟ୍ଟନାୟକ ପ୍ରମୁଖଙ୍କ ସମେତ ସମସ୍ତ ଶିକ୍ଷକ କର୍ମଚାରୀ,  ପ୍ରଫେସର ରଘୁନାଥ ପଣ୍ଡା, ବିଜେବି କଲେଜର ଅବସରପ୍ରାପ୍ତ ପ୍ରିନ୍ସପାଲ୍ ପ୍ରଫେସର ଅମୂଲଯ କୁମାର ପଣ୍ଡା, ଶିକ୍ଷକ ଗୁରୁ ବିନୋଦ ଚନ୍ଦ୍ର ଜେନା, ଆଶାଲତା ପାଣିଗ୍ରାହି,  ଗୁରାଣ୍ଡିଗ୍ରାମର ବରିଷ୍ଠ ନାଗରିକ ସଦସ୍ୟମାନେ, ଏସ୍ କେ ସିଜି ସ୍ବୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଗଠନର ସଦସ୍ୟମାନେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ