ଗଞ୍ଜାମ ଏନଏସି ସ୍ଵାଧୀନ ପ୍ରାର୍ଥୀ ପ୍ରତିଭା ପାଢ଼ୀଙ୍କ ମାରଥାନ ପ୍ରଚାର

ଗଂଜାମ, (ବିନୋଦ ପଲାଇ) :ପୌରନିର୍ବାଚନ ଭୋଟ ପାଇଁ ଆଉ ଚାରିଦିନ ବାକି ଥିବା ବେଳେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏହି ପରୀକ୍ଷାରେ ଗଂଜାମ ଏନଏସିରେ ଅଧ୍ୟକ୍ଷ ପଦବୀ ପାଇଁ ସ୍ଵାଧୀନ ଭାବେ ଲଢ଼ୁଥିବା ଅଵସର ପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରି ଇଂ.ଵିନୋଦ କୁମାର ପାଢ଼ୀଙ୍କ ସ୍ତ୍ରୀ ପ୍ରତିଭା ପାଢ଼ୀ ମାରଥାନ ପ୍ରଚାର ଚଳାଇଛନ୍ତି। ତାଙ୍କ ପ୍ରଚାରରେ ସ୍ୱତଃ ପ୍ରବୃତ୍ତ ଭାବେ ଲୋକଙ୍କ ସମର୍ଥନ ମିଳିବା ସହ ସାମିଲ ହେବା ରାଜନୈତିକ ଦଳ ପାଇଁ ମୁଣ୍ଡବାଥର କାରଣ ପାଲଟିଛି । ଏନଏସିର ୧୧,୧୨, ନମ୍ବର ୱାଡରେ ଦାମୋଦର ପୁର ଗ୍ରାମ, ଓ ପାଞ୍ଚ ନମ୍ବର ୱାଡ଼ର ହରିଜନ ସାହି, ଛଅ ନମ୍ବର ୱାଡ଼ର କେଉଟ ସାହି, ବାଉରୀ ସାହି, ବାଲି ସାହି, ତିନି ନମ୍ବର ୱାଡ଼ର ବଜ଼ାର ଗୌଡ଼ ସାହି ରେ ମାରଥାନ ପ୍ରଚାରରେ କରୁଥିବା ବେଳେ ଲୋକମାନେ ଶହ ଶହ ସଂଖ୍ୟାରେ ଲୋକମାନେ ସ୍ୱତଃପ୍ରବୃତ୍ତ ଭାବେ ସାମିଲ ହେବା ଦେଖାଯାଇଛି । ରାଜନୈତିକ ମଇଦାନରେ ଜଣେ ନବାଗତ ଚେହେରା ହୋଇଥିବା ପ୍ରତିଭା ପାଢ଼ୀ ଜଣେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ହୋଇଥିବା ବେଳେ ତାଙ୍କର ନିର୍ବାଚନ ପ୍ରଚାର ଶୈଳୀ ଭୋଟରଙ୍କୁ ବେଶ ଆକୃଷ୍ଟ କରିବା ସହ କଡା ଟକର ଦେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ବରିଷ୍ଠ ସମାଜସେବୀ, ପ୍ରଫେସର ଗୋବିନ୍ଦ ଚନ୍ଦ୍ର ପଣ୍ଡା , ସ୍ୱେଚ୍ଛାସେବୀ ଵିନୋଦ ଚନ୍ଦ୍ର ମହାପାତ୍ର, ବରିଷ୍ଠନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ, , ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ, ଲକ୍ଷ୍ମୀ ଚରଣ ଦାଶ,ବିଶ୍ଵନାଥ ଦାସ ବରିଷ୍ଠ ଆଇନ ଜୀବୀ ଅଜୁ ପଟ୍ଟନାୟକ, , ପୁର୍ବତନ ଉପାଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାଢ଼ୀ,ସ୍ୱେଚ୍ଛାସେବୀ, ମଙ୍ଗରାଜ ପଣ୍ଡା ବିପ୍ରମହାପାତ୍ର, ସନ୍ତୋଷ ଗୌଡ଼, ଅରୁଣ କୁମାର ପଣ୍ଡା, ପ୍ରକାଶ ମହାଙ୍ଗୁଡ଼ ପୁର୍ବତନ, ଯୁବନେତା ସୁଦାମ ଜେନା, ଭଗବାନ ,ପପୁ ମହାନ୍ତି, ରାନୁ ବୈଠାରୁ, ତ୍ରିଲୋଚନ ବାରିକ, ବାବୁଲ ବାରିକ ରାମଦାସ ରେଡ୍ଡୀ,ଯୁଧିଷ୍ଠିର ଦାସ, ବିଦିଡୋରପ୍ରମୁଖଙ୍କ ସମେତ ଶହ ଶହ ଲୋକେ ସାମିଲ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ