କୋଣାର୍କ ଏନଏସିରେ ହେବ ତ୍ରିମୁଖୀ ଲଢେଇ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :କୋଣାର୍କ ଏନଏସି ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରତିଦ୍ୱନ୍ଦିତା ତୀବ୍ର ହେବାରେ ଲାଗିଛି। କୋଣାର୍କ ଏନଏସି ନିର୍ବାଚନ ପରିପ୍ରେକ୍ଷୀରେ ଶାସକ ବିଜେଡି, ବିରୋଧି କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ତୀବ୍ର ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କୋଣାର୍କ ଏନଏସି ୧୩ ଗୋଟି ଓ୍ବାର୍ଡକୁ ନେଇ ଗଠିତ । ଏହାର ମତଦାତା ସଂଖ୍ୟା ୧୨,୧୬୧।ଆସନ୍ତା ୨୪ ତାରିଖରେ ଏଠାରେ ମତଦାନ ଅନୁଷ୍ଠିତ ହେବ। ଚଳିତ ନିର୍ବାଚନରେ ମତଦାତା ମାନଙ୍କ ବିଭିନ୍ନ ସମସ୍ୟା ସମାଧାନର ନିମନ୍ତେ ଯେଉଁ ରାଜନୈତିକ ଦଳର ପୌରାଧ୍ୟକ୍ଷା ପ୍ରାର୍ଥୀନୀ ସଠିକ ଭାବରେ ତୁଲାଇବାରେ ସମର୍ଥ ବୋଲି ମତଦାତା ମାନେ ହୃଦବୋଧ କରିବେ ପୌରାଧ୍ୟକ୍ଷା ଭାବେ ସେହି ପ୍ରାର୍ଥୀନୀଙ୍କୁ ନିର୍ବାଚିତ କରିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୋଣାର୍କ ଏନଏସିରେ ଜମିଜମା ସମାସ୍ୟାର ସମାଧାନ, ୬ଲେନ ରାସ୍ତା ଯୋଗୁଁ ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ, ଆବାସ ଯୋଜନାରୁ ବାଦ ପଡ଼ିଥିବା ୯ଗୋଟି ଓ୍ବାର୍ଡର ହିତାଧିକାରୀ ମାନଙ୍କୁ ଗୃହ ପ୍ରଦାନ ନିମନ୍ତେ ସ୍ବତନ୍ତ୍ର ଆଇନ ପ୍ରଣୟନ, ପାନୀୟ ଜଳଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଓ୍ବାର୍ଡ ଗୁଡିକୁ ସ୍ୱଚ୍ଛ ପାନୀୟ ଜଳଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବା ସମେତ ବହୁବିଧ ସମସ୍ୟା ଦେଇ କୋଣାର୍କ ଏନଏସି ଗତି କରୁଥିବା ବେଳେ ଭୋଟର ମାନଙ୍କ ମୌଳିକ ସମାସ୍ଯାର ସମାଧାନ ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସ ପୌରାଧ୍ୟକ୍ଷା ପ୍ରାର୍ଥୀନୀ ମାନଙ୍କ ମଧ୍ୟରୁ କେଉଁ ପ୍ରାର୍ଥନୀ ଯୋଗ୍ୟ ତାହା କୋଣାର୍କ ଏନଏସିର ୧୩ ଗୋଟି ଓ୍ବାର୍ଡର ମତଦାତା ନିଜର ସୁଚିନ୍ତିତ ମତାମତ ମାଧ୍ୟମରେ ପୌରାଧ୍ୟକ୍ଷା ପଦବୀରେ କାହାକୁ ବସାଇବେ ତାହା ଆସନ୍ତା ୨୪ ତାରିଖରେ ମତଦାନ ସାବ୍ୟସ୍ତ କରିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳର କାଉନସିଲର ଓ ପୌରାଧ୍ୟକ୍ଷା ପ୍ରାର୍ଥୀନୀ ମାନେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହ ପ୍ରଚାର ଜୋରଦାର କରୁଥିବା ଦେଖିବାକୁ ମିଳିଛି ।


